ହମ୍ଫସ ହେଲା କାଳ, କର୍ମଚାରୀ ଆହତ
ଜଟଣୀ : ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ରେତଙ୍ଗ କଲୋନୀସ୍ଥିତ ଶ୍ରୀମା ଅରବିନ୍ଦ ସ୍କୁଲ ନିକଟରେ ରେଳବାଇ ଦ୍ୱାରା ନିର୍ମିତ ବିପଦ ସଂକୁଳ ଦୁଇ ଦୁଇଟି ହମ୍ଫସରେ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଛି । ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ଟି ଟି ଆଇ ନିତ୍ୟାନନ୍ଦ ପଣ୍ଡା ତାଙ୍କ ଧର୍ମପନôୀଙ୍କ ସହିତ ବଜାର ଯାଉଥିବା ସମୟରେ ଅନ୍ଧାରିଆ ଜାଗାରେ ବିନା ଚିନ୍ହିତ ହମ୍ଫସରେ ଭାରସ୍ୟମ ହରାଇ ଛିଟିକି ପଡ଼ିଥିଲେ ଶ୍ରୀ ପଣ୍ଡାଙ୍କ ଡାହାଣ ପଟ ମୁଣ୍ଡରେ ଗଭୀର ଛୋଟ ଲାଗିଥିବା ବେଳେ ତାଙ୍କ ଧର୍ମପନôୀଙ୍କ ବାମ ପଟ ମୁଣ୍ଡରେ ଚୋଟ ଲାଗିଛି । ଉଭୟଙ୍କୁ ସ୍ଥାନିୟ ଲୋକେ ରେଳପଥ ଡାକ୍ତରଖାନାରେ ଭର୍ତି କରିଥିଲେ । ଖବର ପାଇ ଶ୍ରମିକ କଂଗ୍ରେସର ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜ, ସହ ସଂଯୋଜକ ନିରଞ୍ଜନ ମିଶ୍ର, ଶାଖା ସମ୍ପାଦକ ଏଲ ଡି ମହାନ୍ତି, ସଭାପତି ସତ୍ୟରଞ୍ଜନ ପଟ୍ଟନାୟକ ଓ ବହୁ ରେଳ କର୍ମଚାରୀ ଡାକ୍ତରଖାନାରେ ରୁଣ୍ଡ ହୋଇଥିଲେ । କଲୋନୀ ମଧ୍ୟରେ ବିଭିନ୍ନ ଜାଗାରେ କରିଥିବା ବିପଦସଂକୁଳ ହମ୍ଫସକୁ ତୁରନ୍ତ ପ୍ରତ୍ୟାହାର କରି ଛୋଟ ହମ୍ଫସ ସହ ଧଳା ଗାର ମାରିବାକୁ ଜନସାଧାରଣରେ ଦାବି ହେଉଛି ।