ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପ୍ରଦର୍ଶନୀ
ାା ପ୍ରଭାନୁ୍ୟଜ୍ ।ା ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଓ ଖାଦ୍ୟମେଳା ପଦର୍ଶନୀ ଉସôବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଜୟଦେବ ନିର୍ବାଚନ ମଣ୍ଡଳୀ ବିଧାୟକ ନବକିଶୋର ମଲ୍ଲିକ, ସମ୍ମାନିତଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଖୋର୍ଦ୍ଧା ପୌରାଧ୍ୟକ କନକ ଲଷ୍ମୀ ମହାନ୍ତି ପ୍ରମୁଖ ଯୋଗଦେଇ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବିଶେଷ କରି ଏହି ମାଣ୍ଡିଆ ହେଉଛି ବହୁ ପୁରାତନ ହିତକାରୀ ଖାଦ୍ୟ ଶରୀର ପାଇଁ ଲାଭଦାୟକ ହୋଇଥିବା ବେଳେ, ରୋଗପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ ମାଣ୍ଡିଆର ଅନେକ ମହତ୍ତ୍ୱ ରହିଛି । ତେଣୁ ଏହାକୁ ଖୋର୍ଦ୍ଧା ଜିଲ୍ଲାରେ କିଭଳି ଅଧିକ ପରିମାଣରେ ଚାଷ ଓ ବ୍ୟବହାର କରାଯିବ ଏହା ଉପରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଜୟଦେବ ବିଧାୟକ ଶ୍ରୀ ମଲ୍ଲିକ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ ।ସେହିପରି ରାଜ୍ୟ ସରକାର ଏହି ମାଣ୍ଡିଆ ଚାଷ ଓ ବ୍ୟବହାରକୁ ଗୁରୁତ୍ୱ ଦେଇଥିଲା ବେଳେ, ଏଥିରେ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଉଛନ୍ତି । ଫଳରେ ଖୋର୍ଦ୍ଧା ଜିଲ୍ଲାରେ ଅନେକ ଚାଷୀ ଆଗ୍ରହୀ ଅଛନ୍ତି । ଆଗାମୀ ଦିନରେ ସେମାନଙ୍କୁ ତାଙ୍କର ପ୍ରକୃତ ପାରିଶ୍ରମିକ ଦିଆଯିବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ଚାଲିଛି ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା କହିଥିଲେ । ରାଧାରାଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ଟାଙ୍ଗି ବ୍ଲକ୍ ପବିତ୍ର ମୋହନ ଭୁଜବଳ ମାଣ୍ଡିଆ ଚାଷ ଓ ମାଣ୍ଡିଆକୁ ବ୍ୟବହାର କରି କିଭଳି ଲାଭବାନ୍ ହୋଇଛନ୍ତି ତାହା ଉପରେ କହିଥିଲେ । ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲା ବେଳେ, ମାଣ୍ଡିଆର ବ୍ୟବହାର ଓ ତାହାର ଚାଷ ପ୍ରଣାଳୀ ଉପରେ ନୃତ୍ୟ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଇଥିଲା । ଭୁବନେଶ୍ୱର ବ୍ଲକ୍ କୃଷି ବିଭାଗର ବିଟିଏମ ସୁନିତା ମହାପାତ୍ରଙ୍କ ସଂଯୋଜନାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ୨୦୦ରୁ ଊର୍ଦ୍ଧ୍ୱ ଚାଷୀ ଉପସ୍ଥିତ ଥିଲା ବେଳେ, ଜିଲ୍ଲା କୃଷି ବିଭାଗ ଏଡିଓ ପ୍ରଦୀପ୍ତ କୁମାର ପଣ୍ଡା, ଏଡିଓ ମନୋରଞ୍ଜନ ରାଉଳ, ଟାଙ୍ଗି ବ୍ଲକ୍ ମନୋରଞ୍ଜନ ମିଶ୍ର, ସହକାରୀ କୃଷି ଅଧିକାରୀ ମଧୁସ୍ମିତା ଶତପଥୀ, ପଲ୍ଲବୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।