ବିଶ୍ୱ ମତ୍ସ୍ୟଦିବସ ପାଳିତ
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ୱ ମତ୍ସ୍ୟ ଦିବସ ୨୦୨୪ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ କୁମାର ରାୟ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ଅରବିନ୍ଦ ଦାସ, ଏଡିଭିଓ ପ୍ରଭଞ୍ଜନ କବି, ଏମ୍ଡିଏମ୍ ମନୋଜ କୁମାର ପ୍ରଧାନୀ, ଜିଲ୍ଲା ନାବାର୍ଡ ଅଧିକାରୀ ସ୍ମିତା ବଡଜେନା, ମୃତିକା ସଂରକ୍ଷଣ ବିଭାଗ ନିହାରିକା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଥିବା ମତ୍ସ୍ୟଚାଷୀଙ୍କୁ ରାଜ୍ୟ ସରକାରଙ୍କର ବିଭିନ୍ନ ମତ୍ସ୍ୟ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ରାଜନଗର ଶଙ୍ଖପଡା ଗ୍ରାମର କୁଞ୍ଜଲତା ନାୟକଙ୍କୁ ମତ୍ସ୍ୟ ପୋଖରୀ ଯୋଜନାରେ ମାଛ ଚାଷ କରି ସଫଳତା ହାସଲ କରିଥିବା, ଡେରାବିଶ ବ୍ଲକର ପୁଷ୍ପଲତା ମହାନ୍ତି ଜୈବପୁଞ୍ଜ ମାଧ୍ୟମରେ ସଭନ ମାଛ ଚାଷ ଓ ଚୁଙ୍ଗୁଡିଚାଷ କରି ସଫଳତା ହାସଲ କରିଛନ୍ତି । ପଟ୍ଟାମୁଣ୍ଡାଇ ଦୋଷିଆର୍ ଗେଡିମା ସ୍ୱୟଂସହାୟିକା ଗୋଷ୍ଠୀ ପଂଚାୟତ ପୋଖରୀ ଯୋଜନାରେ ମତ୍ସ୍ୟଚାଷ କରି ସଫଳତା ହାସଲ କରିଥିବାରୁ ଅତିଥିମାନେ ପୁଷ୍ପଗୁଚ୍ଛ, ମାନପତ୍ର ଉପଢୌକନ ପ୍ରଦାନ କରି ସମ୍ମାନୀତ କରିଥିଲେ । ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ କୋକିଳାମଞ୍ଜରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।