ବିବେକାନନ୍ଦ ସ୍କୁଲର ବାର୍ଷିକୋତ୍ସବ 

 ଗୋପ : ଗୋପ ହାପି କଲୋନୀ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୧୦ମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି  । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ରାଜନେତା ଅଶ୍ୱିନୀ ପଟ୍ଟନାୟକ ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଶିକ୍ଷାବିତ୍ ରବୀନ୍ଦ୍ରନାଥ ସିଂ, ସମ୍ମାନିତଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ କୈଳାଶ ପଣ୍ଡା, ଶିକ୍ଷାବିତ୍ ବିଭୁତି ଭୂଷଣ ପଟ୍ଟନାୟକ, ସିଆରସି ଦୀପକ ସେନାପତି ପ୍ରମୁଖ ଯୋଗଦେଇଥିଲେ । ସ୍କୁଲ ସଭାପତି ସୁକାନ୍ତ ପାଣ୍ଡେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ପ୍ରଧାନଶିକ୍ଷକ ଅନିଲ ଭୋଇ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମରେ ଲିଙ୍ଗରାଜ ପ୍ରଧାନ ସଭାପତିତ୍ୱ କରିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ସ୍ରଷ୍ଟା ବ୍ରଜମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଭାଷାବିତ୍ ସଂଗ୍ରାମ କେଶରୀ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ, ଅନୁଷ୍ଠାନର ସମସ୍ତ ଗୁରୁଜୀ ଓ ଗୁରୁମା କାର୍ଯ୍ୟରେ ସହଯୋଗ କରିଥିଲେ ।