ମିଲେନିୟମ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ
ରାଜକନିକା : ରାଜକନିକା ବ୍ଲକର ଅଗ୍ରଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଭାବେ ଜଣାଶୁଣା ମିଲେନିୟମ ପବ୍ଲିକ ସ୍କୁଲର ବାର୍ଷିକ ଉସôବ ରାଜକନିକା ଆର. ଏନ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି ।ସ୍କୁଲର ଅଧ୍ୟକ୍ଷ ପଙ୍କଜ କୁମାର ଦାସଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ବିଭାଗର ପୂର୍ବତନ ସଚିବ ଡକ୍ଟର ଶରତ କୁମାର ବିଶ୍ୱାଳ,ମୁଖ୍ୟ ବକ୍ତା ଭାବେ,ବିଶିଷ୍ଠ କବି ଏବଂ ଶିକ୍ଷାବିତ ଡକ୍ଟର ଗୌତମ ମହାରଣା ଓ ସ୍କୁଲର ଉପାଧ୍ୟକ୍ଷ ସୁଷମା ଦାଶ ପ୍ରମୁଖ ଯୋଗଦେଇ କୁନି ସମାଜ ଗଠନରେ ଛାତ୍ରଛାତ୍ରୀ ମାନଙ୍କର ପ୍ରମୁଖ ଭୁମିକା ଅଛି ବୋଲି ଅତିଥି ମାନେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ସୁକାନ୍ତ କର ସ୍ୱାଗତ ଭାଷଣ ରଖିଥିବା ବେଳେ ଶିକ୍ଷୟିତ୍ରୀ ଆଳ୍ପନା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାଳ ବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।