ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କୋଣାର୍କ    କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି  । ଜିଲ୍ଲା ପ୍ରଶାସନ, ଏଏସଆଇ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଙ୍ଗଠନ, ମହିଳା ସଙ୍ଗଠନ, ମାଇଁ ଯୁବ ଭାରତ, ଶିକ୍ଷାବିତ୍, ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇ ସମୂହ ଯୋଗାଭ୍ୟାସ କରିଥିଲେ  । ଏଥିରେ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ନିୟମିତ ଯୋଗାଭ୍ୟାସ କରିବା ଦରକାର  । ଯୋଗାଭ୍ୟାସ ଦ୍ୱାରା ଆମେ ସମସ୍ତେ ସୁସ୍ଥ ରହିବା ବୋଲି କହିଥିଲେ  । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପୁରୀ ସାଂସଦ ସମ୍ବିତ ପାତ୍ର, ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ଏଏସଆଇ ସର୍କଲ ସୁପରିଟେଣ୍ଡେଟ୍ ଡିବି ଗଡ଼ନାୟକ ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ  ।
ଯାଜପୁର ଟାଉନ   ଯାଜପୁର ଜିଲ୍ଲା ସଦର ମହକୁମା ଇନ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗଟିଏ ବିଷୟ ଆଧାରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି  । ଏଥିରେ ଅତିଥି ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ରୋଗ ନହେବା ପାଇଁ ଯୋଗ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ  । ଏହି ଅବସରରେ ପୌରାଧ୍ୟକ୍ଷା ରଞ୍ଜୁଲତା ହୋତା, ପତଞ୍ଜଳୀ ଯୋଗ ଶିକ୍ଷକ ସୁବାଷ ଚନ୍ଦ୍ର ତି୍ରପାଠୀ, ମନ୍ମଥ ସାମଲ, କିରଣ ମଲ୍ଲିକ, ଗୋପୀନାଥ ସେଠୀ ଯୋଗ ଶିକ୍ଷା ଦେଇଥିଲେ  । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶୋକ ବେହୁରିଆ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ  । 
ଖଣ୍ଡପଡ଼ା    ଖଣ୍ଡପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି  । ଖଣ୍ଡପଡ଼ା ଇନଡୋର ଷ୍ଟାଡିୟମ ପରିସରରେ ବ୍ଲକ୍ ପ୍ରଶାସନ ଓ ଏନଏସି କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଯୋଗ ଶିବିରରେ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ, ମହିଳାଙ୍କ ସମେତ ବରିଷ୍ଠ ନାଗରିକ ଓ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ  । ସେହିପରି ଖଣ୍ଡପଡ଼ା ବ୍ଲକ୍ ଅଧିନ କୋସକା ପଞ୍ଚାୟତସ୍ଥିତ ନିତ୍ୱାସା ସ୍ୱେଚ୍ଛାସେବୀ ସଙ୍ଗଠନ ପରିସରରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି  । ଖଣ୍ଡପଡ଼ା ମହିଳା କଲେଜ, ରାମଚନ୍ଦ୍ର ହାଇସ୍କୁଲ, ଓଡ଼ିଶା ଆଦର୍ଶ ସ୍କୁଲ, ପଠାଣି ସାମନ୍ତ ମହାବିଦ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ପରିସରରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି  ।  
ବୈଶିଙ୍ଗା    ବୈଶିଙ୍ଗା ସ୍ଥିତ ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ସ୍କୁଲରେ "ଅନ୍ତର୍ଜାତୀୟ ଯୋଗ ଦିବସ’ ଯୁବ ରେଡ୍କ୍ରସ ଏବଂ ଏନ୍ଏସ୍ଏସ୍ର ମିଳିତ ଉଦ୍ୟମରେ ପାଳନ କରାଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ କାର୍ଯ୍ୟକାରୀ ଅଧ୍ୟକ୍ଷ ବୀରେନ୍ଦ୍ର ବେହେରା ପ୍ରାରମ୍ଭିକ ଭାଷଣରେ ଯୋଗ ମାଧ୍ୟମରେ ନିଜର ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଦିଗର ବିକାଶ ହେଇ ପାରିବ ବୋଲି ସୂଚନା ଦେଇଥିଲେ । ଏହି ଦିବସରେ ମୁଖ୍ୟଅତିଥି ଯୋଗ ଶିକ୍ଷକ କ୍ରିତି ସୁନ୍ଦର ସେନ ଯୋଗଦାନ କରି ପିଲାଙ୍କୁ ଯୋଗ, ପ୍ରାଣାୟାମ ଏବଂ ଧ୍ୟାନ ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇପାରିବ ବୋଲି ପ୍ରକାଶ କରିଥିଲେ । ରେଡ୍କ୍ରସ ମୁଖ୍ୟ ମହେନ୍ଦ୍ର କର ସଭାକାର୍ଯ୍ୟକୁ ସଂଯୋଜନା କରିଥିଲେ । ଶେଷରେ ଏନ୍ଏସ୍ଏସ୍ ମୁଖ୍ୟ ଜିତେନ୍ଦ୍ର ଖଟୁଆ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରାଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀଛାତ୍ର, ଅଣଶିକ୍ଷକ କର୍ମଚାରୀ ଯୋଗ ଶିବିରରେ ସାମିଲ ହୋଇ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
ଧର୍ମଶାଳା   ଧର୍ମଶାଳା କଲେଜ ପରିସରରେ ପତଞ୍ଜଳୀ ଯୋଗ ପ୍ରଚାର ସମିତି ଓ ଧର୍ମଶାଳା କଲେଜର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି  । ସମାଜସେବୀ ମିନତୀ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଯୋଗ ଶିବିରକୁ ଅତିରିକ୍ତ ଏସ୍ପି ଅମିତାଭ  ମହାପାତ୍ର ଉଦ୍ଘାଟନ କରିଥିଲେ  । ଏସଡିପିଓ ଉମାକାନ୍ତ ନାୟକ, ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ ମାଝୀ, ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୁଧୀର ସାହୁ ଓ ଧର୍ମଶାଳା କଲେଜର ଅଧ୍ୟକ୍ଷ ସ୍ୱରୂପାନନ୍ଦ ପଣ୍ଡା ପ୍ରମୁଖ ଯୋଗଦେଇ ଯୋଗର ଉପକାରିତା ଉପରେ ଆଲୋଚନା କରିଥିଲେ  । ଏଥିରେ ଯୋଗଗୁରୁ ପ୍ରମୋଦ ମଲ୍ଲିକ ଯୋଗ ଶିକ୍ଷା ଦେଇଥିଲେ  । ସେହିପରି ଧର୍ମଶାଳା ରୋଟାରୀ କ୍ଲବ ପକ୍ଷରୁ ଜାରକା ହାଇସ୍କୁଲ ପଡ଼ିଆରେ ଯୋଗ ଦିବସ ପାଳିତ ହୋଇଯାଇଛି । 
ସୁକିନ୍ଦା  ସୁକିନ୍ଦା ବ୍ଲକର ବିଭିନ୍ନ ସ୍ଥାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି  । ସୁକିନ୍ଦା ଭବନ ଠାରେ ଅନୁଷ୍ଠିତ ଏହି ଶିବିରକୁ ବିଡିଓ ପ୍ରଜ୍ଞାପରମିତା ପୃଷ୍ଟି ଉଦ୍ଘାଟନ କରିଥିଲେ  । ବାଲେଶ୍ୱର ଆଲଏଜ ପକ୍ଷରୁ ସୁକିନ୍ଦା ସ୍ଥିତ ପ୍ରକଳ୍ପ ପରିସରରେ ଯୋଗ ଶିବିର ଆୟୋଜିତ ହୋଇଥିଲା । କମ୍ପାନୀର ମାନବ ସମ୍ବଳ ଜିଏମ ରଞ୍ଜିତ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ କମ୍ପାନୀର ପରିଚାଳନା ନିଦେ୍ର୍ଦଶକ ଅରୁଣ ଜୈନ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ  । କମ୍ପାନୀର ଇଡି ଚିକିଲି ନାଗରାଜୁ, ଖଣି ମୁଖ୍ୟ ବିଶ୍ୱରଞ୍ଜନ ପାଢ଼ୀ, ମାନବ ସମ୍ବଳ ମୁଖ୍ୟ ଗୁରୁପ୍ରିତ ସିଂ, ଜିଏମ ମଦନ ମହାରଣା, ଗିରିଜା ବିଶ୍ୱାଳ, ଭବାନୀ ଶଙ୍କର ଦାସ, ପରେଶ ପରିଡ଼ା, ଧର୍ମେନ୍ଦୁ ବେହୁରା ପ୍ରମୁଖ ବରିଷ୍ଠ ଅଧିକାରୀ ଏଥିରେ ଯୋଗ ଦେଇଥିଲେ  । ସୁକିନ୍ଦା ଷ୍ଟାଡିୟମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ସ୍ୱୟଂସେବକଙ୍କ ଉପସ୍ଥିତରେ ଯୋଗ ଦିବସ ଅନୁଷ୍ଠିତ ହୋଇଛି  । 
କାଳିଆପାଣି    ଇମ୍ଫା ଖଣି ପକ୍ଷରୁ ଯୋଗ ଦିବସ ପାଳିତ ହୋଇଯାଇଛି  । ଯୋଗ ଗୁରୁ ପ୍ରଶ୍ନଜିତ ସିହ୍ନା ଉଭୟ ଖଣିରେ କାର୍ଯ୍ୟରତ କର୍ମଚାରୀଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ  । ଏହି ଶିବିରରେ ପ୍ରାୟତଃ ୫୦ରୁ ଉଦ୍ଧ୍ୱର୍ କର୍ମଚାରୀ ଯୋଗଦେଇ ବିଭିନ୍ନ ଯୋଗ ସମ୍ପର୍କରେ ଅବଗତ ହୋଇଥିଲେ  । ଖଣି ମୁଖ୍ୟ ସନ୍ଦୀପ ବାପୁରାଓ ନାରାଡେ ଶୁଭାରମ୍ଭ କରିବା ସହ ଗିରିଶ ପଟ୍ଟନାୟକ ଯୋଗ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ପଦାରବିନ୍ଦ ସାବତ, ଜେପି ମହାନ୍ତି, ଡ. ଆକାଶ ଶତପଥି, ଗତିକୃଷ୍ଣ ପଣ୍ଡା ଏବଂ ପବିତ୍ର ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ  । ସେହିପରି ବେଦାନ୍ତ ଫେକର କମ୍ପାନୀ ପକ୍ଷରୁ ମଧ୍ୟ ଯୋଗ ଶିବରି ଆୟୋଜନ ହୋଇଥିଲା । 
ବ୍ୟାସନଗର   ବ୍ୟାସନଗର ସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚ ଓ ବ୍ୟାସନଗର ପୌରପରିଷଦ ମିଳିତ ଆନୁକୂଲ୍ୟରେ ଇଣ୍ଡୋର ଷ୍ଟାଡିୟମ ପରିସରରେ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ଅତିଥିଭାବେ କୋରେଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ ସମସ୍ତେ ନିୟମିତ ଯୋଗ କରିବାକୁ ପରାମର୍ଶ ଦେଇଥିଲେ  । ଏଥିରେ ସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚର ମୁଖ୍ୟ ସଂଯୋଜକ ଡ. ଚିନ୍ତାମଣି ପାଢୀ ସଭା ପରିଚାଳନା କରିଥିଲେ  । ମଞ୍ଚ ସମ୍ପାଦକ ଶିଶିର ରାଉତ, କାର୍ଯ୍ୟକାରୀ ସଭାପତି ବଜ୍ରବାହୁ ସୀମାନ୍ତ କେଶରୀ ସାମଲ, ବ୍ୟାସନଗର ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ ପାଢ଼ୀ, ଯୋଗଗୁରୁ ବ୍ରିଜେଶ ପତି, ବିଭୁରଞ୍ଜନ ପାଲ ଯୋଗ ଶିକ୍ଷା ଦେବାସହ ଯୋଗ ଦିବସର ଶପଥ ପାଠ କରିଥିଲେ  । ଏହି ସଭାକୁ ଉପସଭାପତି ଦେବଦତ୍ତରାୟ, ଦୀପକ ପରିଡ଼ା, ସହସମ୍ପାଦକ ଭରତ ଚନ୍ଦ୍ର ବିଶ୍ୱାଳ, ଯୁଗ୍ମ ସମ୍ପାଦକ ପ୍ରଣବେନ୍ଦୁ ଜେନା, କୋଷାଧ୍ୟକ୍ଷ ଜିତେନ୍ଦ୍ର ରାଉତ, ଅଶୋକ ଦାସ, ପ୍ରକାଶ ଚକ୍ର, ଦୁର୍ବାଦଳ ବସୁ, ସତ୍ୟବ୍ରତ ପରିଡ଼ା, ଅମିତ ଦାସ, ଶଙ୍କର୍ଷଣ ରାଉତ, ସଞ୍ଜୟ ମହାନ୍ତି, ଚିତ୍ରସେନ ଦାସ, ବିଷ୍ଣୁ ଚରଣ ବିଶ୍ୱାଳ, ତଥାଗତ ବାଇ, କୁଳମଣି ରାଉତଙ୍କ ସମେତ ମଞ୍ଚ କର୍ମକର୍ତ୍ତା ଓ ସଦସ୍ୟ ପରିଚାଳନା କରିଥିଲେ  ।  
କଳିଙ୍ଗନଗର  କଳିଙ୍ଗନଗର ଟାଟା ଷ୍ଟିଲ୍ ଏବଂ ନୀଳାଚଳ ଇସ୍ପାତ ନିଗମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି  । ଟାଟା ଷ୍ଟିଲ୍ କଳିଙ୍ଗନଗରର ଚିଫ୍, କୋଲ୍ଡ ରୋଲିଂ ମିଲ୍, ପ୍ରବୀଣ ଥାମ୍ପୀ ଅତିଥିଭାବେ ଯୋଗ ଦେଇଥିଲେ  । ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ କାରଖାନା ଏବଂ ଟାଉନ୍ସିପ୍ରେ ଆୟୋଜିତ ବିଭିନ୍ନ ଯୋଗ ଅଧିବେଶନରେ ୨୫୦ରୁ ଅଧିକ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗ ଅଂଶଗ୍ରହଣ କରିଥିଲେ  ।   
ମାଲକାନଗିରି    ଯୋଗ ଆମର ସାଂସ୍କୃତିକ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ । ଯାହା ଶରୀର ଏବଂ ମନକୁ ସନ୍ତୁଳିତ କରେ ଏବଂ ବ୍ୟକ୍ତିବିଶେଷଙ୍କୁ ଏକ ପରିପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ୍ଣ ଜୀବନ ଆଡକୁ ନେଇଯାଏ । ଯୋଗ ଶାରୀରିକ ଏବଂ ମାନସିକ ଭାବରେ ସଶକ୍ତ ନାଗରିକମାନଙ୍କୁ ଗଠନ କରି ଏକ ବିକଶିତ ଭାରତର ସାମୂହିକ ସ୍ୱପ୍ନ ପୂରଣ ଦିଗରେ ଏକ ଶକ୍ତିଶାଳୀ ଭୂମିକା ଗ୍ରହଣ କରି ପାରିଛି ବୋଲି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦିବସ ଅବସରରେ ପ୍ରତିକ୍ରିୟା ରଖିଛନ୍ତି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ,  ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ପିଏ ଆଇଟିଡିଏ ହଳଧର ଶବର ଓ ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଏହି ଯୋଗ ଶିବିରରେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ସିଧା ପ୍ରସାରଣକୁ ଭର୍ଚୁଆଲ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଏହି ଶିବିରରେ ଯୋଗର ବିଭିନ୍ନ ମୁଦ୍ରା ସହ ଶାନ୍ତି ମନ୍ତ୍ର ଓ ଶପଥ ପାଠ କରା ଯାଇଥିଲା । କଲେଜ ଅଧ୍ୟାପକ ଅଶୋକ ଶଢଙ୍ଗୀ, ଜାତୀୟ ସେବା ଯୋଜନାର ଜୁନିୟର ପ୍ରୋଗ୍ରାମ ଅଫିସର ଗୌତମ ନାୟକ, ଅଧ୍ୟାପକ ରଞ୍ଜନ ସ୍ୱାଇଁ, ଉମେଶ ଚନ୍ଦ୍ର ରାଉତ, ଅଧ୍ୟାପିକା ଆରତି ଲୁଗୁନ, ଲିପ୍ସା ରାଣୀ ନାୟକ ଓ ଅନ୍ୟ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।
ମାଲକାନଗିରି ଜିଲ୍ଲା କାରାଗାର ପରିସରରେ ଯୋଗ ଦିବସ ପାଳନ କରାଯାଇଛି  । ଏଥିରେ ଜିଲ୍ଲା କାରାଗାର ସୁପରିଟେଣ୍ଡେଣ୍ଟ୍ ଦିଲ୍ଲୀପ ଜେନା ଅଧ୍ୟକ୍ଷତା କରିଥିଲେ  । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁଶ୍ରୀସଙ୍ଗୀତା ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ  । କାରାଗାରର ଯୋଗ ପ୍ରଶିକ୍ଷକ ନିରଞ୍ଜନ ମିଶ୍ର ସମସ୍ତଙ୍କୁ ଯୋଗାଭ୍ୟସ କରାଇ ଯୋଗର ସୁଫଳ ବିଷୟରେ ଅବଗତ କରାଇଥିଲେ  । ଏହି ଅବସରରେ ଜେଲର ଦିଲ୍ଲୀପ ବେହେରା, ଜଙ୍ଗଲ ବିଭାଗ ଅଧିକାରୀ ସଂଗ୍ରାମ ମଲ୍ଲିକ, ଅତିରିକ୍ତ ଜେଲର ନକୁଳ ଚରଣ କବି, ସବ୍ ଜେଲର ମାନସ ରଞ୍ଜନ ତ୍ରିପାଠୀ, ଫାର୍ମାଶିଷ୍ଟ ସଦାଶିବ ଶତପଥି, ମୁଖ୍ୟ ୱାର୍ଡର ନୈମେନ ପଣ୍ଡା, ୱାର୍ଡର କୈଳାସ ମାଝୀ, ଲକ୍ଷ୍ମଣ ବେହେରା, ମହିଳା ୱାର୍ଡର ସସ୍ମିତା ସାହୁ, ସୁଭଦ୍ରା ଖରା ପ୍ରମୁଖ ଉପସ୍ଥିତ ଥିଲେ  ।
ବଲାଙ୍ଗିର    ପତଞ୍ଜଳୀ ପରିବାର ବଲାଙ୍ଗିର ଆନୁକୁଲ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୧ତମ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଭାରତ ସ୍ୱାଭିମାନ ଜିଲ୍ଲା ପ୍ରଭାରୀ ରଘୁନାଥ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ପ୍ରେମୀମାନେ ସାମିଲ ହୋଇଥିଲେ । ବରିଷ୍ଠ ଯୋଗ ଶିକ୍ଷକ ଶଙ୍କର ଅଗ୍ରୱାଲ ଏବଂ ପ୍ରଭାରୀ ସୁଜାତା ଦିଶ୍ରୀ ଯୋଗ ପ୍ରୋଟୋକଲ ଅଭ୍ୟାସ କରାଇଥିଲେ  । ବରଗାଁ ମେଡିକାଲ ପରିସର, ବଇଦୁପାଲି ଓ ପୁଇତଲା ଠାରେ ରଘୁନାଥ ଷଡ଼ଙ୍ଗୀ, ରେଲୱେ, ଗ୍ରିଡ୍କୋ ଠାରେ ସୁଜାତା ଦିଶ୍ରୀ, ଆଗଲପୁର ବ୍ଲକ ପରିସରରେ ଯୁବା ଭାରତ ପ୍ରଭାରୀ ଜ୍ୟୋତି ପ୍ରକାଶ ସାହୁ, ଲୋଇସିଂହା କଲେଜରେ ସୋସିଆଲ ମିଡିଆ ପ୍ରଭାରୀ ସସ୍ମିତା ସାହୁ ପ୍ରଭୁତି ଯୋଗାଭ୍ୟାସ କରିଥିଲେ  । କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୋଦ ଲେଙ୍କା, ବାଳକୃଷ୍ଣ ଅଗ୍ରୱାଲ, ସହ ପ୍ରଭାରୀ ନିହାରିକା ମିଶ୍ର, ରାମ ଶଙ୍କର ଚନ୍ଦନ ସହଯୋଗ କରିଥିଲେ  । 
ଭଣ୍ଡାରିପୋଖରୀ    ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଭଣ୍ଡାରିପୋଖରୀ ସ୍ଥିତ ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଦ୍ୟାଳୟ ଶାଖା ଠାରେ ରାଜ ଯୋଗ ଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି  । ଏହି ଶିବିର ଶାଖା ସଞ୍ଚାଳିକା ବିକେ ସରସ୍ୱତୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ରାଜସ୍ଥାନ ଜାଲୋର ଆଶ୍ରମରୁ ଆସିଥିବା ବିକେ ରଞ୍ଜୁ ଜିଜି ରାଜ ଯୋଗ ଶିକ୍ଷାକୁ ନେଇ ବୈଦିକ ବାର୍ତ୍ତା ଦେଇଥିଲେ  । ଏଥିରେ ବିକେ ବନିତା, ନନ୍ଦିନୀ, ବିକେ ସୌଭାଗ୍ୟ ପ୍ରମୁଖ ଉପସ୍ଥିତ ରହି ସାମ୍ପ୍ରତିକ ସମୟରେ ପ୍ରତ୍ୟେକ ମଣିଷ ଯୋଗାବଲମ୍ବି ହେବା ଉଚ୍ିତ ବୋଲି ମତ ଦେଇଥିଲେ  । ଶାଖା ପକ୍ଷରୁ ଅତିଥିମାନେ ଯୁବ ସାମ୍ବାଦିକ ଦୁର୍ଯେ୍ୟାଧନ ଲେଙ୍କାଙ୍କୁ ନୀତିପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ  । ଏହି ଶିବିରକୁ ବିକେ ଅଶୋକ, ବିକେ କିଶୋର, ପ୍ରମୋଦ, ସୁଶାନ୍ତ, ପଙ୍କଜ, କରୁଣାକର ପ୍ରମୁଖ ପରିଚାଳନା କରିଥିଲେ  । 
 ବନ୍ତ    ବନ୍ତ ବ୍ଲକ ଗଣିଜାଙ୍ଗ ଆଞ୍ଚଳିକ ସାଧନକେନ୍ଦ୍ର ପକ୍ଷରୁ ସରକାରୀ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ଯୋଗ ଦିବସ ପାଳିତ ହୋଇଯାଇଛି  । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟୁଟୁ ପାଳ, ରମାକାନ୍ତ ବେହେରା, ରଞ୍ଜନ ମୁଣ୍ଡା, ଗଗନ ବିହାରୀ ଦାଶ, କଳ୍ପନା ଦାଶ, ମମତା ମହାନ୍ତି, ଜୋସ୍ନାରାଣୀ ଜେନା, ଡଲିରାଣୀ ଦାସ, ନିତୁସ୍ମିତା ଗିରି, ସ୍ମିତାଲି ମଧୁସ୍ମିତା ପଣ୍ଡା, ଯୋଗଦୀପ୍ତା ନାୟକ, ନମିତା ଜେନା, ଅନାମ ନାୟକ, ଜଗନ୍ନାଥ ପତି, ପ୍ରକାଶ ପରିଡ଼ା, ଶରତ ନାୟକ, ଜୋସ୍ନାରାଣୀ ବେହେରା, ଶୁଭଶ୍ରୀ ବେହେରା, ସଂଯୁକ୍ତା ସାହୁ, ସତ୍ୟବ୍ରତ ଦେହୁରୀ, ଅହଲ୍ୟା ସିଂ, ସୋମନାଥ ଧଳଙ୍କ ସମେତ ଆଞ୍ଚଳିକ ସାଧନକେନ୍ଦ୍ର ଅଧିନସ୍ଥ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ  । ନିୟମିତ ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ ବୋଲି ସାଧନ କେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ ଦାସ କହିଥିଲେ  । 
ଜଟଣୀ     ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଜଟଣୀ କଲେଜରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି  । ଏହି ଶିବିରରେ ଭୁବନେଶ୍ୱରସ୍ଥିତ ‘ଆର୍ଟ ଅଫ୍ ଲିଭିଙ୍ଗ୍’ର ଯୋଗ ପ୍ରଶିକ୍ଷିକା ପ୍ରତିଭାରାଣୀ ପାଢ଼ୀ ଓ ପ୍ରଶିକ୍ଷକ ପ୍ରଦୀପ ଶତପଥୀ ଯୋଗଦେଇ କଲେଜର ଛାତ୍ରଛାତ୍ରୀମାନଙ୍କୁ ଏକ ସୁସ୍ଥ ଜୀବନ ପାଇଁ ଯୋଗ ଅପରିହାର୍ଯ୍ୟ ବୋଲି କହିଥିଲେ  । ଏଥିରେ କଲେଜର ଅଧ୍ୟକ୍ଷ ଡ. ରାଜୀବ କରଙ୍କ ପୌରହିତ୍ୟରେ ଆୟୋଜିତ ଏକ ସଭାରେ ପ୍ରାଧ୍ୟାପକ ଡ. ଅନୁପ ମହାନ୍ତି, ଡ. ପ୍ରଶାନ୍ତ ପାଣିଗ୍ରାହୀ, ଅଜିତ ସୁନ୍ଦରାୟ ଓ ଡ. ଅମିତ ବିକ୍ରମ ପଟ୍ଟନାୟକ ଯୋଗଦେଇ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ  । ଉପସ୍ଥିତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ପ୍ରଶିକ୍ଷକଙ୍କ ପରାମର୍ଶରେ ଯୋଗ କରିଥିଲେ  । ଏହି ଶିବିରକୁ କଲେଜର ଜାତୀୟ ସେବା ସଂସ୍ଥାନର କାର୍ଯ୍ୟକ୍ରମ ଅଧିକାରୀ ଡ. ବିଜୟ ଶଙ୍କର, ଡ. ସୁଶାନ୍ତ ବାରିକ ସଂଯୋଜନା କରିଥିଲେ  । ସ୍କାଉଟ ଏବଂ ଗାଇଡ୍ସର ଅଧ୍ୟାପକ ଗଣେଶ୍ୱର ମଲ୍ଲିକ, ଅଧ୍ୟାପିକା ସୁପ୍ରଭା ସାହୁ ପରିଚାଳନା କରିଥିଲେ  । 
ଭଦ୍ରକ  ଭଦ୍ରକ ଜିଲ୍ଲା ନ୍ୟାୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦୌରାଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ନ୍ୟାୟାଳୟର ସମସ୍ତ ବିଚାରପତି ସଂଗ୍ରାମ କେଶରୀ ପଟ୍ଟନାୟକ, ଜିଲ୍ଲା ଓ ଦୌରାଜଜ ଅରବିନ୍ଦ ରଥ, ବିଚାରପତି ପରିବାର କୋର୍ଟ ପ୍ରଭାତ ରାଜଗୁରୁ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏବଂ ସ୍ୱତନ୍ତ୍ର ଜଜ୍ ବିକାଶ ଚନ୍ଦ୍ର ଦେ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ନିବେଦିତା ପଣ୍ଡା, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଓ ସହକାରୀ ଦୌରାଜଜ୍ ଚିନ୍ମୟୀ ପଣ୍ଡା, ଦେୱାନୀ ବିଚାରପତି ପୁଣ୍ୟଶ୍ଳୋକ ରଥ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଶ୍ରୀମତୀ ଶିବାନୀ, ଅତିରିକ୍ତ ବିରଷ୍ଠ ଦେୱାନୀ ବିଚାରପତି ଅରୋଲିପି ପରିଜା, ଦେୱାନୀ ବି·ରପତି ସ୍ୱଜାଲି ମହାନ୍ତି, ଉପଖଣ୍ଡ ବିଚାର ବିଭାଗୀୟ ଅଧିକାରୀ ଉମାକାନ୍ତ ବେହେରା, କନିଷ୍ଠ ଦେୱାନୀ ବିଚାରପତି ସୁବାସିନୀ ବେହେରା, ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ନ୍ୟାୟାଳୟ (୧) ମନୋଜ ଦାସମହାପାତ୍ର, ପ୍ରଥମ ଶ୍ରେଣୀ ବି·ର ବିଭାଗୀୟ ଦଣ୍ଡାଧିକାରୀ ନ୍ୟାୟଳୟର ଏସ୍ଏସ୍ ପାଢ଼ି ଓ ଅମ୍ଳାନ ରଥ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପୁଣ୍ୟଶ୍ଳୋକ ରଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।