ବିଶ୍ୱ ସ୍ତନ୍ୟପାନ ସପ୍ତାହ ସ୍ତନ୍ୟପାନ ସମର୍ଥନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ
ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର: ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ବିଶ୍ୱ ସ୍ତନ୍ୟପାନ ସପ୍ତାହର ଶେଷ ଦିନରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଉସôବ ପାଳନ ହୋଇଛି । ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ସଭାକୁ ସମ୍ବର୍ଦ୍ଧିତ କରି ରାଜ୍ୟରେ ସ୍ତନ୍ୟପାନ ପ୍ରଚାର, ସୁରକ୍ଷା ଓ ସମର୍ଥନ ପାଇଁ ଏକ ଦୃଢ, ସମଗ୍ର ଏବଂ ସମୁଦାୟ ଭାଗୀଦାରି ମାଧ୍ୟମରେ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି ।
ମା କ୍ଷୀର ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢାଉଛି । ସତ ପ୍ରତିଶତ ସ୍ତନ୍ୟପାନ ପାଇଁ ମା ମାନେ ସଂକଳ୍ପ ନେବା ପାଇଁ ମନ୍ତ୍ରୀ ଡ ମହାଲିଙ୍ଗ ଅନୁରୋଧ କରିଥିଲେ । ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ବିଶ୍ୱ ସ୍ତନ୍ୟପାନ ସପ୍ତାହ ସାରା ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ, ଯାହା ଦ୍ୱାରା ସ୍ତନ୍ୟପାନ ଅଭିଯାନରେ ନୂତନ ଉସôାହ ଅଣାଯାଇହେବ ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟ, ସଂସ୍ଥାନ ଉଭୟ ସ୍ତରରେ ମାଆ ମାନଙ୍କୁ ସମର୍ଥନ ଦେବା ଦ୍ୱାରା ଏହି ଲକ୍ଷ୍ୟକୁ ପୂରଣ କରିପାରିବା ବୋଲି ସେ କହିଛନ୍ତି । ଏହି ଅବସରରେ ବ୍ୟାପକ ସ୍ତନ୍ୟପାନ ପରିଚାଳନା କେନ୍ଦ୍ର, ସ୍ତନ୍ୟପାନ ପରିଚାଳନା କେନ୍ଦ୍ର, ଶିଶୁଙ୍କ ପାଇଁ ଉପଲବ୍ଧ ଶ୍ରେଷ୍ଠ ପ୍ରୟାସିତ ହସ୍ପିଟାଲ, ପୁଷ୍ଟି ପୁନର୍ବାସ କେନ୍ଦ୍ରରେ ଶ୍ରେଷ୍ଠ ପୁରସ୍କୃତ ମେଡିକାଲକୁ ସମ୍ବର୍ଦ୍ଧିତ କରିଥିଲେ ।