ଅବାଧରେ ଚାଲିଛି ଗୁଟଖା କାରବାର

 ଜୟପୁର : ଜୟପୁର ପୌର ଏବଂ ଗ୍ରାମାଞ୍ଚଳରେ ବଢୁଛି  ବିଭିନ୍ନ ପ୍ରକାରର ବେଆଇନ ଗୁଟୁଖା ବିକ୍ରି । ବିଷାକ୍ତ ଗୁଟୁଖା ଜରି ଗୁଡିକ ଜୟପୁର ପୌର ଠାରୁ ଗ୍ରାମାଞ୍ଚଳରେ କୁଢ଼କୁଢ଼ ଗଦା ହୋଇ ପଢିଥିବା ଯୋଗୁଁ ପରିବେଶକୁ ଦୂଷିତ କରୁଛି । ଗୁଟୁଖା ବନ୍ଦ କରିବାକୁ ସୂର୍ଯ୍ୟପ୍ରଭା ବାରମ୍ବାର ଏଭଳି ଖବର ପ୍ରକାଶ କରିଆଶୁଛି । ଗୁଟଖା ବିକ୍ରି ବୃଦ୍ଧି ଫଳରେ ଯୁବପିଢି ଏହାକୁ ଖାଇବା ଦ୍ୱାରା ଦିନକୁ ଦିନ କ୍ୟାନସର ବଢୁଥିବା ଦେଖିବାକୁ ମିଳୁଛି । ସହରରେ ପୁଲିସ,ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ ଗୁଟୁଖା ବ୍ୟବସାୟୀଙ୍କ ମଧ୍ୟରେ ସୁସମ୍ପର୍କ ଫଳରେ ଗୁଟୁଖା କାରବାର ବୃଦ୍ଧିପାଇବାରେ ଲାଗିଛି ବୋଲି ସରକାରୀ କର୍ମଚାରୀ ନିଜ ନାମ ପ୍ରକାଶ ନକରି ସୂଚନା ଦେଇଛନ୍ତି । ଏନେଇ ବିଭିନ୍ନ ଗଣମାଧ୍ୟମରେ ବେଆଇନ ଗୁଟୁଖା ବ୍ୟବସାୟୀଙ୍କ ସମ୍ବନ୍ଧୀୟ ଖବର ପ୍ରକାଶ ପାଇବା ପରେବି କୌଣସି କାର୍ଯାନୁଷ୍ଠାନ ହେଉନାହିଁ । ଯଦି କାଁ ଭାଁ କେବେ ଧରପଗଡ଼ ହେଲେ ସୁଦ୍ଧା ବିଭାଗରେ ରହିଥିବା ଅଧିକାରୀ ମାନେ ୁ ଆଗୁଆ ସୂଚନା ଗୁଟୁଖା ବ୍ୟବସାୟୀଙ୍କୁ ଦେବାଫଳରେ ଗୁଟୁଖା ଜବତ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ସହରରେ ଅବାଧରେ ଗୁଟୁଖା ବିକ୍ରି ବୃଦ୍ଧି ପାଇଥିଲେବି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ, ପୌର ସ୍ୱାସ୍ଥ୍ୟ ଅଧିକାରୀ, ପୁଲିସର ଉଚ୍ଚପଦସ୍ତ ଅଧିକାରୀ, ସିଟି ଜିଏସ୍ଟି  ଏନଫରସମେଣ୍ଟ ଅଧିକାରୀ ମାନେ ନିରବ ଦ୍ରଷ୍ଟା ସାଜିଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଜିଲ୍ଲାରେ ଜଣେ ସ୍ଥାୟୀ ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ ପୌରରେ ସ୍ଥାୟୀ ସ୍ୱାସ୍ଥ୍ୟ ଅଧିକାରୀ ନଥିବା ଯୋଗୁଁ ଅସାଧୁ ଗୁଟୁଖା ବ୍ୟବସାୟ ମାନଙ୍କ ଦୌରାତ୍ମ ବୃଦ୍ଧିପାଇଥିବା ଦେଖିବାକୁ ସ୍ତାନୀୟ ଲୋକେ ପ୍ରକାଶ କରିଛନ୍ତି । ଏଥିସହ କୋଟପା ଆଇନର ଖୋଳାଖୋଲି ଉଲ୍ଲଘଂନ ହେଉଥିବା ଚର୍ଚ୍ଚା ହେଉଛି । ଜୟପୁର ସହରରେ ଦୁଇ ଜଣ ଗୁଟଖା ବ୍ୟବସାୟୀ ମୋନୋଜ ଗୁପ୍ତା ଗୁଡ଼ୁ ଏବଂ ସୁକାନ୍ତ ନାରାୟଣ ସାହୁ ଜୟପୁର ବ୍ଲକ ଅଧିନସ୍ତ ପଞ୍ଚାୟତ ଗୁଡ଼ିକରେ କିଛି ବେନାମି ଗୁଟଖା ତିଆରି ମେସିନ ଲୋଗାଇ ଗାଡ଼ି ନମ୍ବର ଓଡି ୧୦ଭି ୨୫୮୧ରେ ବୋହି ଜିଲ୍ଲାର ବିଭିନ୍ନ ସ୍ଥାନକୁ ବେଆଇନ ଗୁଟଖା ଚାଲାଣ କରି କୋଟି କୋଟି ଟଙ୍କାର ଅର୍ଥ ଉପାର୍ଜନ କରିିଥିବା ଅଭିଯୋଗ ହୋଇଛି । 
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କୋଟାପା ଆଇନକୁ କୋଡାକୋଡ଼ି ଭାବେ ପାଳନ କରିବା ନିମନ୍ତେ ନିଦେ୍ର୍ଦଶ ଦେବା ସହ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ନିରୀହ ସାଧାରଣ ଜନତା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ହେବା ସହ କେନ୍ଦ୍ର ଏବଂ ରାଜ୍ୟର ବହୁତ ରାଜସ୍ୱ ହାନି ଘଟିବା ସୁନିଶ୍ଚିତ ବୋଲି ସାଧାରଣରେ ମତ୍ତ ପ୍ରକାଶ ପାଇଛି । କୋରାପୁଟ ଜିଲ୍ଲାପାଳ କେନ୍ଦ୍ର ଆୟକର ବିଭାଗ, କେନ୍ଦ୍ର ଅର୍ଥନୌତିକ ଅପରାଧ ଶାଖା ଏବଂ କେନ୍ଦ୍ର ସିଟି ଜିଏସଟି ବିଭାଗ ଦ୍ୱାରା ଏକ ଉଚ୍ଚସ୍ତରୀୟ ଯାଞ୍ଚ କଲେ ରାଜସ୍ୱ ବୃଦ୍ଧି ହେବା ସହ ଦୋଷୀ ମାନେ ଉଚିତ ଦଣ୍ଡ ପାଇବେ ବୋଲି ବୁଦ୍ଧିଜୀବୀ ମହଲରେ ମତ୍ତ ପ୍ରକାଶ ପାଇଛି ।