ବୀମା ସଖୀ ଯୋଜନାର ଶୁଭାରମ୍ଭ : ‘୧୫ ସୁଦ୍ଧା ଲକ୍ଷପତି ଦିଦିଙ୍କ ସଂଖ୍ୟା ୨କୋଟି’
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ‘ବୀମା ସଖୀ ଯୋଜନା'ର ଐତିହାସିକ ଶୁଭାରମ୍ଭ ହୋଇଛି । କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ମହିଳାଙ୍କୁ ଆତ୍ମନିର୍ଭରଶୀଳ ଏବଂ ଆର୍ଥିକ ଭାବରେ ସଶକ୍ତ କରିବାକୁ ପ୍ରତିବଦ୍ଧ । ଯୋଜନା ଶୁଭାରମ୍ଭ ଅବସରରେ ଏହା କହିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ।
ଏ ଅବସରରେ କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାରଙ୍କ ମିଶନ ୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମାକୁ ସାକାର କରିବା ପାଇଁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀତା କରିଛି । ଜାତୀୟ ଜୀବିକା ମିଶନ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ଅଧୀନରେ ଏହି ଯୋଜନା ଅଧୀନରେ, ସାରା ଦେଶର ତାଲିମପ୍ରାପ୍ତ ଏସ୍ଏଚଜି ମହିଳାଙ୍କୁ ଗ୍ରାମ ପଞ୍ଚାୟତସ୍ତରରେ ‘ବୀମା ସଖୀ' ଭାବରେ ନିଯୁକ୍ତି ଦିଆଯିବ । ଏହା ‘ଲକ୍ଷପତି ଦିଦି ମିଶନ’ର ଲକ୍ଷ୍ୟକୁ ମଧ୍ୟ ସୁଦୃଢ଼ କରିବ । ସେ କହିଛନ୍ତି ଯେ ଅଗଷ୍ଟ ୧୫ ସୁଦ୍ଧା ଦେଶରେ ଲକ୍ଷପତି ଦିଦିଙ୍କ ସଂଖ୍ୟା ୨ କୋଟିରେ ପହଞ୍ଚିବ ।