ବୁଲିଲା ଚାଷୀ ସଚେତନତା ରଥ

 ଯାଜପୁର ଟାଉନ: ଚାଷୀ ସଚେତନତା ନିମନ୍ତେ ସଚେତନ ରଥ ବୁଲିବା ଆରମ୍ଭ କରିଛି । ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଲା ଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟି, ଯାଜପୁର କୃଷ୍ଣ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ । ସଚେତନତା ରଥ ୧୦ଟି ବ୍ଲକ୍ ପରିକ୍ରମା କରି ଧାନର ଏଫ୍ଏକୁ୍ୟମାନ ସମ୍ପର୍କରେ ଚାଷୀଙ୍କୁ ସଚେତନ କରାଇବ । ଚଳିତ ଖରିଫ ବର୍ଷ ୨୦୨୪-୨୫ ନିମନ୍ତେ ପଞ୍ଜିକୃତ ଚାଷୀ ଭାଇ ଓ ଭଉଣୀଙ୍କ ଠାରୁ ୧୨୮ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୩୫ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଜରିଆରେ ଧାନକ୍ରୟ କରାଯିବ । ପଞ୍ଜିକୃତ ଚାଷୀ ସଂପୃକ୍ତ ପ୍ରାଥମିକ କୃଷି ସମବାୟ ସମିତି କିମ୍ବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ପାଦକଙ୍କ ସହ ଯୋଗାଯୋଗ କରି ସେମାନଙ୍କର ପଞ୍ଜିକୃତ ମୋବାଇଲ ଫୋନକୁ ଧାନକ୍ରୟ ସମ୍ବନ୍ଧରେ ଆସିଥିବା ବାର୍ତା ଟୋକନ୍ ନମ୍ବର, ତାରିଖ, ଧାନର ପରିମାଣ ଇତ୍ୟାଦି ଅନୁସାରେ ନିର୍ଦ୍ଧାରିତ ତାରିଖ ଓ ପରିମାଣ ଅନୁଯାୟୀ ବିକ୍ରିଯୋଗ୍ୟ ବଳକା ଧାନ ବିକ୍ରି କରିବାକୁ ଅବଗତ କରିବ ।