ଗୁରୁକୂଳ ବିଦ୍ୟା ନିକେତନର ବାର୍ଷିକୋତ୍ସବ
ବୈଶିଙ୍ଗା: ବୈଶିଙ୍ଗା ଶ୍ରୀରାମକୁଞ୍ଜ ସ୍ଥିତ ଗାୟତ୍ରୀ ଗୁରୁକୂଳ ବିଦ୍ୟା ନିକେତନର ବାର୍ଷିକ ଉତ୍ସବ ତଥା ନଅକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦ୍ୟାପିତ ହୋଇଯାଇଛି । ୨୮ ତାରିଖ ଉଦ୍ଘାଟନୀ ଉତ୍ସବ ପ୍ରାରମ୍ଭରେ ବୈଶିଙ୍ଗା ସ୍ଥିତ ଚନ୍ଦନ ପୁଷ୍କରିଣୀରୁ ଘଟ ଉତ୍ତୋଳନ କରି ମହିଳା ଓ ପୁରୁଷ କଳସ ଶୋଭାଯାତ୍ରାରେ ନେଇ ଯଜ୍ଞସ୍ଥଳରେ ପହଞ୍ଚôଥିଲେ । ଘଟପୂଜା, ଦୀପାଯଜ୍ଞ ସହିତ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୨୯ ତାରିଖ ଶନିବାର ନଅ ଗୋଟି କୁଣ୍ଡରେ ଅଗ୍ନି ସ୍ଥାପନା କରିବାପରେ ଦିବସ ତମାମ ଯଜ୍ଞ ଚାଲୁ ରହିଥିଲା । ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ଅଗ୍ନିକୁଣ୍ଡରେ ଆହୂତୀ ପ୍ରଦାନ କରିଥିଲେ । ୩୦ ତାରିଖ ରବିବାର ଉଦ୍ୟାପନୀ ଉତ୍ସବରେ ଯଜ୍ଞ, ସଂସ୍କାର ଓ ପୂର୍ଣ୍ଣାହୁତି ପରେ ଅପରାହ୍ନରେ ବିଦ୍ୟା ନିକେତନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗୁରୁଜୀ ଓ ଗୁରୁମାମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସନ୍ଧ୍ୟାରେ ଗୁରୁକୂଳର ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ଅନ୍ତେବାସୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।