ବେଆଇନ୍ ମାଟି ଖନନ, ଜେସିବି ଜବତ

ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ମୈଦଲପୁର ବନବିଭାଗ ଅଧୀନରେ ଥିବା ଚଚରାଗୁଡା ଜଙ୍ଗଲରେ ଜେସିବିରେ ଜମି ଖୋଳୁଥିବା ବେଳେ ଜେସିବିକୁ ଜବତ କରି ଡ୍ରାଇଭରକୁ କୋର୍ଟ ଚାଲାଣ କରିଛନ୍ତି ମୈଦଲପୁର ବନବିଭାଗ  । ସୂଚନା ଅନୁଯାଇ ଚଚରାଗୁଡା ଜଙ୍ଗଲ ନିକଟରେ ଜଣେ ବ୍ୟକ୍ତି ଜେସିବି ସାହାର୍ଯ୍ୟରେ ଜମି ଖୋଳୁଥିଲେ ଜଙ୍ଗଲ ମଧ୍ୟରେ  । ବିଶେଷ ସୂତ୍ରରୁ ମୈଦଲପୁର ବନବିଭାଗ ଖବର ପାଇ ବନାଞ୍ଚଳ ଅଧିକାରୀ ମଧୁସୂଦନ ପାତ୍ରଙ୍କ ନେତୃତ୍ୱରେ  ଚଢ଼ାଉ କରି  ଜେସିବିକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିଲେ  । ଯେଉଁ ବ୍ୟକ୍ତି ଜମି ଖୋଳାଉଥିଲେ ବନବିଭାଗ କର୍ମଚାରୀଙ୍କୁ ଦେଖି ସେଠାରୁ ଫେରାର ହୋଇଯାଇଥିଲେ । ଗିରଫ ଡ୍ରାଇଭର ଜଣକ ହେଉଛନ୍ତି ଡାବୁଗାଁ ଥାନା କୁରୁଲୁମାଲି ଗୁଡ଼ା ଗ୍ରାମର ପର୍ଶୁରାମ ଗୌଡ଼   । ଡାବୁଗାଁ ରେଞ୍ଜ କେସ ନଂ ୧/୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯାଇଛି  । ମୈଦଲପୁର ରେଞ୍ଜ ଅଧୀନରେ ଥିବା ଜଙ୍ଗଲରେ ଏମିତି ଅନେକ ବେଆଇନ ଭାବେ ଚାଲିଥିବା କାର୍ଯ୍ୟକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । ଏହି ଚଢ଼ାଉ ସମୟରେ କର୍ମଚାରୀ କୋରେଶ ବିଶୋଇ,ବସନ୍ତ ନାୟକ,ଝାଡେଶ୍ୱର ହରିଜନ,ବୈଦ୍ୟନାଥ ମାଝୀ,ଜଗବନ୍ଧୁ ମୁଦୁଲି,ଭୁଜ ଅଗ୍ରୀଆ, ଗଜେନ୍ଦ୍ର ଯାନୀ,ଚନ୍ଦ୍ର ଅଗ୍ରୀଆ ପ୍ରମୁଖ ସାମିଲ ରହିଥିଲେ  ।