ପ୍ରତିଶ୍ରୁତି ପାଳନ କଲେ ବିଧାୟକ
ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି: ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅମଲାଭଟା ଗ୍ରାମ ପଞ୍ଚାୟତର ଝରନଗୁଡା ଗ୍ରାମବାସୀ ବର୍ତ୍ତମାନ ସୁଦ୍ଧା ବିଦୁ୍ୟତ ଆଲୋକ ବ୍ୟବସ୍ଥା ଠାରୁ ବଞ୍ଚିତ ରହି ପାରମ୍ପାରିକ ଦୀପ ଆଲୁଅରେ ଜୀବନ କାଟୁଥିଲେ । ଅନେକ ଦିନରୁ ଅନେକ ଥର ଜନପ୍ରତିନିଧି, ଅଧିକାରୀଙ୍କୁ ଗୁହାରି କରି ବିଫଳ ହୋଇଥିଲେ । ଶେଷରେ ବର୍ତ୍ତମାନର ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝିଙ୍କୁ ମଧ୍ୟ ଦାବି ଜଣାଇଥିଲେ । ଗ୍ରାମବାସୀଙ୍କ ଦାବି ଶୁଣି ବିଧାୟକ ବିଜୁଳି ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ । ଯାହାକି ଅନୁଷ୍ଠାନିକ ଭାବେ ବିଧାୟକ ଶ୍ରୀ ମାଝୀ ତାଙ୍କ କରକମଳରେ ଶୁଭ ଉଦ୍ଘାଟନ କରି ଅନ୍ଧାର କୁଡ଼ିଆରେ ଆଲୋକର ବ୍ୟବସ୍ଥା କରି ଗ୍ରାମବାସୀଙ୍କ ଅନେକ ଦିନର ଦାବିକୁ ପୁରଣ କରିଛନ୍ତି । ଏହି ଉଦ୍ଘାଯନ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଖଟେଇ, କନିଷ୍ଠ ଯନ୍ତ୍ରୀ ଭରତ ତନ୍ତି, ଏସ୍ଡିଓ, ଜେ.ଏସ୍.ଏନ ଆଚାରୀ, ସଚିନ ମହାରଣା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।