ବୈଶିଙ୍ଗାରେ ବିଜେ କଲେ ମା’ ଶୀତଳା ଦେବୀ 

 ବୈଶିଙ୍ଗା : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଶୀତଳା ଦେବୀ ବୈଶିଙ୍ଗା ଗ୍ରାମକୁ ବିଜେ କରିଛନ୍ତି । ପାଞ୍ଚଦିନ ଧରି ମା’ ଶୀତଳା ଗ୍ରାମର ଶୀତଳା ମଣ୍ଡପରେ ପୂଜା ପାଇବେ । ପଣ୍ଡୁରୁଣିରୁ ମା’ ଆସିବା ପରେ ମହୁରୀ ଗ୍ରାମ ନିକଟରୁ ସଂକୀର୍ତ୍ତନ ଦଳ ସହିତ ବିରାଟ ପଟୁଆରରେ ତାଙ୍କୁ ବୈଶିଙ୍ଗା ବଜାର ପରିକ୍ରମା କରି ଗ୍ରାମର ମଣ୍ଡପ ନିକଟକୁ ନିଆଯାଇଥିଲା । ଏଥିରେ ଗ୍ରାମ କମିଟିର ସଭାପତି, ସମ୍ପାଦକଙ୍କ ସମେତ ଶତାଧିକ ମହିଳାପୁରୁଷ ଶଙ୍ଖ, ଘଣ୍ଟ ବଜାଇ ମା’ଙ୍କୁ ସ୍ୱାଗତ କରିଥିଲେ । ମଣ୍ଡପରେ ବିଜେ ପରେ ଘଟୋତ୍ତଳନ ସହ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇ ପୂଜା ମଣ୍ଡପକୁ ନିଆଯାଇଥିଲା । ବିଧି ଅନୁଯାୟୀ ଆଗାମୀ ଚାରିଦିନ ପୂଜାର୍ଚ୍ଚନା କରାଯିବା ସହ ସନ୍ଧ୍ୟାରେ ଭଜନ କୀର୍ତ୍ତନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।