କ୍ରୀଡ଼ା ବୃତ୍ତି ପାଇଁ ଅର୍ଥଦାନ 

 ବଡ଼ସାହି : ଶାରୀରିକ, ମାନସିକ ଓ ସାମାଜିକ କ୍ଷେତ୍ରରେ ସୁସ୍ଥତା ଆଣିବାରେ ମୁଖ୍ୟ ମାଧ୍ୟମ ହେଉଛି କ୍ରୀଡା । ଶିକ୍ଷା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ ଛାତ୍ରବୃତ୍ତି ପ୍ରଦାନ କରାଯାଏ । ମାତ୍ର କ୍ରୀଡାରେ ପାରଦର୍ଶିତା ପ୍ରତିପାଦନ କରୁଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ନିମନ୍ତେ କ୍ରୀଡାବୃତ୍ତି ପ୍ରଦାନ କରିବା ପାଇଁ ବଡ଼ସାହି ବ୍ଲକ୍ ସିଂହଟିଆ ରାଧାକୃଷ୍ଣ ହାଇସ୍କୁଲର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ କଳାକର ଦଣ୍ଡପାଟ ସ୍ୱଉପାର୍ଜିତ ସମ୍ପତ୍ତି ମଧ୍ୟରୁ ୫୦ ହଜାର ଟଙ୍କାର ଅର୍ଥ ରାଶି ଚେକ୍ ଆକାରରେ ଉକ୍ତ ସ୍କୁଲକୁ ଦାନ କରି ମହାନତା ପ୍ରଦର୍ଶନ କରିବା ସହ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ଉକ୍ତ ଅର୍ଥର ସୁଧ ରାଶିକୁ କ୍ରୀଡାବୃତ୍ତି ଭାବେ ପ୍ରଦାନ କରାଯିବାର ସ୍ଥିର କରାଯାଇଛି । ସ୍କୁଲ ପରିଚାଳନା କମିଟିର ସଭାପତି ଯତୀନ୍ଦ୍ର କଲିଆ, ଆଲୁମିନି କମିଟିର ସଭାପତି ମନୋରଂଜନ ବଳା, ସମ୍ପାଦକ ସୁବୋଧ କୁମାର ଦଣ୍ଡପାଟ, ପ୍ରଧାନ ଶିକ୍ଷକ ହରିହର ବେହେରା, ବରିଷ୍ଠ ଶିକ୍ଷକ ନିଗମାନନ୍ଦ ମହାପାତ୍ର ଏବଂ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସ୍କୁଲ ପକ୍ଷରୁ ଦାତା ଶ୍ରୀ ଦଣ୍ଡପାଟଙ୍କୁ ସାଧୁବାଦ୍ ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
କ୍ଲଷ୍ଟରସ୍ତରୀୟ ସାଧାରଣ ବୈଠକ
ାା ପ୍ରଭାନୁ୍ୟଜ ।ା ନୂଆପଡ଼ା,୩୧ା୫: ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ କୋଟିପଦର ଠାରେ କ୍ଲଷ୍ଟରସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା, କୋଟିପଦର କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଏଥିରେ ନୂତନ ଭାବେ ଯୋଗ ଦେଇଥିବା କୋଟିପଦର କ୍ଲଷ୍ଟରର ସିଆରସିସି ଜଗଦିପ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସଭାକୁ ଶିକ୍ଷୟିତ୍ରୀ ଅର୍ଚ୍ଚନା ମିଶ୍ର ପରିଚାଳନା କରିଥିବାବେଳେ ଶ୍ରଦ୍ଧାଞ୍ଜଳି ହୋତା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏଥିରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଗୁଆଦେଇ ବାଗ ସଭାପତିତ୍ୱ କରିଥିବାବେଳେ ଜୟଦେବ ପଣ୍ଡା ମୁଖ୍ୟଅତିଥି ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ କିଭଳି ଭାବେ ସରକାରୀ ଅନୁଦାନଗୁଡିକୁ ସ୍କୁଲସ୍ତରରେ ସୁଚାରୁରୂପେ କାର୍ଯ୍ୟକାରୀ କରାଯାଇପାରିବ, ଶିକ୍ଷାର୍ଥୀମାନଙ୍କୁ ସ୍କୁଲରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା, ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପ୍ରଦାନ କରିବା ନେଇ ଆଲୋଚନା କରାଯାଇଥିଲା ।