ଅବସପ୍ରାପ୍ତ କର୍ମଚାରୀଙ୍କ ପେନସନ ପାଇଁ କାର୍ଯ୍ୟ କରିବାକୁ ଚିଠି : କାର୍ଯ୍ୟକ୍ଷମ ନ ହେଲା ପର୍ଯ୍ୟନ୍ତ ୨ ଜଣ ଅଧିକାରୀଙ୍କ ଦରମା ବନ୍ଦ
ଛତ୍ରପୁର : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟ କରି ଅବସର ନେଇଥିବା ଫାର୍ମାସିଷ୍ଟ ନବୀନ ମହାପାତ୍ର ଓ ସୁଇପର ଗଜେନ୍ଦ୍ର ନାହାକଙ୍କ ଅବସର ପରେ ତାଙ୍କ ପେନସନ ମାମଲାର ସୁବିଧା କରିବା ପାଇଁ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ । ଏନେଇ ଅଗଷ୍ଟ୧୯ତାରିଖ ଦିନ ୪୩୦୪ନଂ ଚିଠି ମାଧ୍ୟମରେ ବିଭିନ୍ନ ବିଷୟରେ ଉଲ୍ଲେଖ କରିଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ଏହି ମାମଲାର ଫଇସଲା କରିବା ପାଇଁ ସେ କହିଛନ୍ତି । ସେ ପର୍ଯ୍ୟନ୍ତ ସିଡ଼ିଏମଓଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ଏବଂ ଡିଲିଂ ଆସିଷ୍ଟାଣ୍ଟଙ୍କ ଦରମା ବନ୍ଦ କରାଯିବ ବୋଲି ଚିଠି ମାଧ୍ୟମରେ କୁହାଯାଇଛି ।
ସୂଚନାଥାଉକି, ବାରମ୍ବାର ନିଦେ୍ର୍ଦଶ ଜାରି କରାଯିବା ସତ୍ତ୍ୱେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ମାମଲାଗୁଡ଼ିକର ସମୟାନୁବର୍ତ୍ତୀ ପ୍ରକ୍ରିୟାକରଣ ସମ୍ପର୍କରେ ସିଡ଼ିଏମଓଙ୍କ କାର୍ଯ୍ୟାଳୟରୁ କୌଣସି ସ୍ପଷ୍ଟ ଅଗ୍ରଗତି ହୋଇନାହିଁ । ଯେତେବେଳେ ସରକାର କହୁଛନ୍ତି ଯେ ଜଣେ କର୍ମଚାରୀଙ୍କ ଅବସର ଗ୍ରହଣ ଦିନ ହିଁ ପେନସନ ସୁବିଧା ସମାଧାନ କରାଯିବା ଉଚିତ । ଏବଂ ଏହାକୁ ସଠିକ ଭାବେ ଦାୟିତ୍ୱ ତୁଲାବାକୁ କୁହାଯାଇଛି । ଛତ୍ରପୁର ଉପଖଣ୍ଡ ଚିକିସôାଳୟର ଅବସରପ୍ରାପ୍ତ ଫାର୍ମାସିଷ୍ଟ ନବିନ ମହାପାତ୍ର ଏବଂ ସୁଇପର ଗଜେନ୍ଦ୍ର ନାହାକଙ୍କ ପେନସନ ମାମଲାଗୁଡ଼ିକୁ ପ୍ରକ୍ରିୟାକରଣ କରିବାରେ ବିଫଳ ହୋଇଛି । ଯାହା ଫଳରେ ସମ୍ପୃକ୍ତ ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ଅଯଥା ଅସୁବିଧାର ସମ୍ମୁଖୀନ କରୁଛି । ଉପରୋକ୍ତ ତ୍ରୁଟିକୁ ଦୃଷ୍ଟିରେ ରଖି ଆସନ୍ତା ୧୫ ଦିନ ମଧ୍ୟରେ ସମ୍ପୃକ୍ତଙ୍କ ପେନସନ ସୁବିଧା ବଣ୍ଟନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହା ବ୍ୟତୀତ ଯେପର୍ଯ୍ୟନ୍ତ ପେନସନ ସୁବିଧା ସଠିକ୍ ଭାବରେ ପ୍ରକ୍ରିୟାକରଣ ଏବଂ ବଣ୍ଟନ କରାଯାଇନାହିଁ । ସେ ପର୍ଯ୍ୟନ୍ତ କାର୍ଯ୍ୟାଳୟର ସେକ୍ସନ ଅଫିସର ଏବଂ ଡିଲିଂ ଆସିଷ୍ଟାଣ୍ଟଙ୍କ ଦରମା ବନ୍ଦ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଉକ୍ତ ଚିଠି ମାଧ୍ୟମରେ ଦର୍ଶାଇଛନ୍ତି ।