କୁନ୍ଦୁରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା 

 ଜୟପୁର : ଉପଜିଲ୍ଲାପାଳ ଜୟପୁରଙ୍କୁ କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ସକାଶେ ରହିଥିବା ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାମାନଙ୍କ ଦସ୍ତଖତ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରିତ କରାଯିବା ସମ୍ପର୍କରେ ଏକ ଦାବିପତ୍ର ଦେଇଛନ୍ତି । ଏଥିରେ ଉଲ୍ଲେଖ କରିଛନ୍ତି, କୁନ୍ଦୁରା ପଞ୍ଚାୟତ ସମିତିର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଗତ ଆଗଷ୍ଟ ୮ତାରିଖରେ ୨୫ଜଣ  ସରପଞ୍ଚ ସମିତି ସଭ୍ୟ ସଭ୍ୟାମାନେ ମିଳିତ ଭାବେ ଏକ ରେଜଲୁ୍ୟସନ୍ କରି ଦେଇଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାମାନଙ୍କ ଦସ୍ତଖତ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇନାହିଁ । ବର୍ତ୍ତମାନ ସରପଞ୍ଚ ସମିତି ସଭ୍ୟସଭ୍ୟାମାନଙ୍କ ଦସ୍ତଖତକୁ ଯାଞ୍ଚ ସକାଶେ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯିବା ସମୟରେ କିଛି ଅସାମାଜିକ ବ୍ୟକ୍ତିଙ୍କ ଠାରୁ ଧମକ ଚମକ ଦିଆଯାଇ ବାଧା ସୃଷ୍ଟି କରାଯାଉଛି । ତେଣୁ ଅନୁରୋଧ କରିଛନ୍ତି କୁନ୍ଦୁରା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଦସ୍ତଖତ ଯାଞ୍ଚ ପ୍ରକ୍ରିୟା ନ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏହି ଦସ୍ତଖତ ଯାଞ୍ଚ ପ୍ରକ୍ରିୟା କରିଲେ ଅସାମାଜିକ ବ୍ୟକ୍ତିଙ୍କ ଠାରୁ କୌଣସି ଧମକ ଚମକ ମିଳିବ ନାହିଁ । ତତ୍ ସହିତ ଜୟପୁର କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ହେଲେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ ବୋଲି ଆଶା ଏବଂ ଭରସା ନେଇ ନିବେଦନ କରିଛନ୍ତି । ଉପ ଜିଲ୍ଲାପାଳ ଜୟପୁର ତୁରନ୍ତ ଏକ ଆଦେଶ ପ୍ରଦାନ କରିଲେ ସରପଞ୍ଚ ସମିତି ସଭ୍ୟସଭ୍ୟାମାନେ ଉପକୃତ ହେବେ ବୋଲି ଉପାଧ୍ୟକ୍ଷ ତରୁଣ ସେନ ବିଷୋୟୀ କୋହିଛିନ୍ତି । ଏହି ଦାବିପତ୍ର ଦେବା ସମୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମୁନି ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଏବଂ ପନ୍ଦର ଜଣ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।