ଶ୍ରୀଶ୍ରୀ ରାଧା ରାହାସ ବିହାରୀ ଜୀଉଙ୍କ ଝୁଲଣଯାତ୍ରା

ଧର୍ମଶାଳା : ରବିବାର ଚୋରମୁହାଁ ଗ୍ରାମର ଇଷ୍ଟଦେବ ତଥା ଧର୍ମଶାଳା ମୁନସୀ ମିଳନର ଥାନପତି ଠାକୁର ଶ୍ରୀଶ୍ରୀ ରାହାସ ବିହାରୀଜିୟୁଙ୍କ ଝୁଲଣ ପର୍ବ ଉଦଯାପିତ ହୋଇଛି । ଗତ ୪ତରିଖରୁ ଆରମ୍ଭ ହୋଇ ଏହି ଉତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ଘଣ୍ଟ କୀର୍ତ୍ତନ କରାଯାଇ ପ୍ରଭୁଙ୍କୁ ଶ୍ରୀମନ୍ଦିରରୁ ଝୁଲଣ ମଣ୍ଡପକୁ ବିଜେ କରାଯାଇଥାଏ । ସେଠାରେ ଠାକୁରଙ୍କୁ ଏକ ସୁସଜ୍ଜିତ ଦୋଳିରେ ବସାଯାଇ ଝୁଲାଯାଇଥାଏ । ସପ୍ତାହେ ବ୍ୟାପି ଏହି ଝୁଲଣଯାତ୍ରା ସମୟରେ ଗାଁରେ ରଙ୍ଗିନ ଆଲୋକମାଳା, ତୋରଣ ଓ ଫୁଲରେ ସଜାଯାଇଥାଏ । ଫଳରେ ସପ୍ତାହ ବ୍ୟାପି ସମଗ୍ର ଚୋରମୁହାଁଗ୍ରାମରେ ଆଧ୍ୟାତ୍ମିକ ପରିବେଷ ସିଷ୍ଟି ହୋଇଥିଲା । ଆଜି ଶେଷ ଦିନରେ ଠାକୁରଙ୍କୁ ଭଜନ କୀର୍ତ୍ତନ କରାଯାଇ ଡୋଳିରେ ଝୁଲାଯାଇଥିଲା ।ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରି କୃପାଲାଭ କରିଥିଲେ । ଝୁଲଣ ଯାତ୍ରାରେ ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ସାମିଲ ହୋଇ ବିଭୁ କୃପାଲାଭ କରିଥିଲେ । ସପ୍ତାହେ ଚାଲିଥିବା କାର୍ଯ୍ୟକ୍ରମକୁ ଗ୍ରାମର ଆନନ୍ଦ ବିହାରୀ ନାୟକ, ରବିନ୍ଦ୍ର କୁମାର ମହାନ୍ତି, ଇଶ୍ୱର ଚନ୍ଦ୍ର ବେହେରା, ଉଦୟ ମହାନ୍ତି, ପୀତବାସ ପାତ୍ର, ଗୁରୁଚରଣ ମହାନ୍ତି, ଦଶରଥ ନାଥ, ମନୋରଞ୍ଜନ ଦାସ, ଶ୍ରୀକାନ୍ତ ବେହେରା, ଚନ୍ଦ୍ରମଣି ଓଝା, ଅନିଲ ପରିଡା, ରତ୍ନାକର ମହାନ୍ତି, ସୁବାସ ରାଉତ, ନାରାୟଣ ମହାରଣା, ରିଟୁ ବାରିକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।