ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ
ନୂଆପଡା ଖଡ଼ିଆଳ ଠାରେ ଜଗତ ଠାକୁରଙ୍କ ଅନନ୍ୟା ପରମ୍ପରାରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥାଏ । ଜଗତର ନାଥ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନି ରୂପରେ ଖଡ଼ିଆଳର ତିନୋଟି ସତନ୍ତ୍ର ମନ୍ଦିରରେ ପୂଜା ପାଇ ତିନି ରଥରେ ରଥାରୁଢ ହୋଇ ରଥଯାତ୍ରାରେ ବିଜେ କରିଥାନ୍ତି । ତିନି ଠାକୁର ତିନି ଅବତାର ଯଥା ପତିତପାବନ, ବାମନ ଏବଂ ମଦନ ମୋହନ ଅବତାରରେ ପୂଜା ପାଇଥାନ୍ତି । ଦଧି ବାମନ ମନ୍ଦିରରେ ବାମନ ଅବତାରରେ ଜଗନ୍ନାଥ ପୂଜା ପାଉଥିବା ବେଳେ ମଝିଆ ମନ୍ଦିରରେ ମଦନ ମୋହନ ଅବତାରରେ ପୂଜା ପାଇଥାନ୍ତି । ସେହିପରି ସାନଗୁଡି ମନ୍ଦିରରେ ପତିତପାବନ ଅବତାରରେ ଠାକୁର ପୂଜା ପାଇଥାନ୍ତି । ପର୍ତିତପାବନଙ୍କୁ ମନ୍ଦିର ବାହାରୁ ମଧ୍ୟ ଦର୍ଶନ କରିବାର ପରମ୍ପରା ରହିଛି । ଆଜି ତିନି ମନ୍ଦିରରେ ନବ ଯୌବନ ବେଶ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ପରିସରକୁ ଗୋବର ଲେପନ ଦେଇ ଠାକୁରଙ୍କୁ ପ୍ରାଣ ପ୍ରତିଷ୍ଠା କରି ନୂତନ ବସ୍ତ୍ର ସହ ମଳିମାଲରେ ପୂଜାର୍ଚ୍ଚନା କରାଯାଇଥିଲା । ଖଡ଼ିଆଳରେ ଅନନ୍ୟା ପରମ୍ପରା ତିନି ଗୋଟି ରଥରେ ୪ ଜଣ ଠାକୁର ବିଜେ ହେବାର ପରମ୍ପରା ରହିଛି । ଦଧିବାମନ ମନ୍ଦିର ରଥରେ ପ୍ରଭୁ ଜଗନ୍ନାଥ ବାମନ ରୂପରେ ରଥାରୁଢ ହୋଇ ବାହାରିଥିଲେ । ସେହିପରି ସାନଗୁଡିରୁ ପ୍ରଭୁ ପତିତପାବନ ରୂପେ ରଥାରୁଢ ହେଉଥିବା ବେଳେ ମଝିଆ ମନ୍ଦିରରେ ମଦନ ମୋହନ ରୂପେ ବିଜେ କରିଥିଲେ । ଫଳରେ ଦୁଇ ଜଗନ୍ନାଥ ସହିତ ବଳଭଦ୍ର ଏବଂ ମାଁ ସୁଭଦ୍ରା ବିଜେ କରି ରଥଯାତ୍ରା ପାଳିତ ହୋଇଥିଲା । ଖଡିଆଳର ଯୁବରାଜ ଦେବଦେବ ସିଂ ଦେଓ ପ୍ରଥମେ ଛେରାପହଁରା କରିବା ପରେ ରଥଯାତ୍ରା ହୋଇଥିଲା ।
ବାରଙ୍ଗ ବାରଙ୍ଗ ନନ୍ଦନକାନନରେ ବହୁ ପୁରାତନ ରଥରେ ଆଜି ବିଭିନ୍ନ ପ୍ରକାର ନିତିକାନ୍ତି ମଙ୍ଗଳ ଆଳତି ଅନୁଜାୟି ପାଳନ କରିଛନ୍ତି ମହାପ୍ରଭୁ ଜଗତରନାଥ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରାଙ୍କର ଘୋସ ଯାତ୍ରା ଅନୁଷ୍ଠିତ ହୋଇ ଜାଇଛି । ଘଣ୍ଟ, ଘଣ୍ଟି, ମୁର୍ବଙ୍କ ,ବାଜା, ବାଣ, କିର୍ତନର ତାଳେ ତାଳେ କମ୍ପି ଉଠିଥିଲା କାନନ କ୍ଷେତ୍ର ନନ୍ଦନକାନନର ରଥ ରୁଢ଼ ଜଗନ୍ନାଥଙ୍କର ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଏହି ରଥରେ ରାଜା ଇଂ ଅଭୟ କୁମାର ସାମନ୍ତରାୟ ଛେରା ପହଁରା କରିଥିଲେ ଅନୁଷ୍ଠ ।ନ ତରଫରୁ ସମାଜସେବୀ ଶୁବାଶ ଚନ୍ଦ୍ର ପାତ୍ର, ରବିନ୍ଦ୍ରପାତ୍ର, ଶୁରେଶ ରାଉତ ଓ ବିଜୟ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟା ପରିଚାଳନା କରିଥିଲେ ଆନନ୍ଦବଜାର ପ୍ରସାଦ ସାଙ୍ଗକୁ ଭକ୍ତମାନେ ରଥ ଭିଡି ପ୍ରଭୁକୃପା ଲାଭ କରିଥିଲେ ବା ରଙ୍ଗର ପଦା ସାହି, ଗଦେଇ କୁଦ, ମଧୁବନ, ବେଣ୍ଟକାର ପଡ଼ା, ନରାଜ ଆଦି ଗ୍ରାମ ମାନଙ୍କରେ ରଥ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ମାଲକାନଗିରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଜିଲ୍ଲା ସଦର ମହକୁମାରେ ଦୁଇଟି ସ୍ଥାନରେ ରଥ ଯାତ୍ରା ପାଳନ ହୋଇଥିବା ବେଳେ, ଜିଲ୍ଲାର ଦୁର୍ଗାଗୁଡି ସାହି ସ୍ଥିତ ପୁରାତନ ଜଗନ୍ନାଥ ମନ୍ଦିର ପରିସରରେ ରଥ ଯାତ୍ରା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା । ଚଳିତ ବର୍ଷ ଏହା ବେସ୍ ଧୂମ୍ ଧାମରେ ଅନୁଷ୍ଠିତ ହୋଇଛି । ଏଥିରେ ମାଲକାନଗିରି ଜିଲ୍ଲାପାଳ ଆସିସ ଇଶ୍ୱର ପାଟିଲ ଉପସ୍ଥିତ ରହି ଛେରା ପହଁରା କରିଥିବା ପରେ ରଥ ଟଣା ଅନୁଷ୍ଠିତ ହୋଇଥିଲା । ସେହିପରି ସଦର ମହକୁମାର ସୁବାସ ଛକ ନିକଟସ୍ତ ଜଗନ୍ନାଥ ମନ୍ଦିରରେ ମଧ୍ୟ ଧୂମ ଧାମର ସହ ରଥ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ଏହାକୁ ପ୍ରତିବର୍ଷ ଆୟୋଜିତ କରାଯାଉଛି । ଏହି ରଥରେ ଡିଏଫଓ ସାଇ କିରଣ ଡିଏନ ଛେରାପହଁରା କରିଥିଲେ । ତେବେ ଉଭୟ ସ୍ଥାନରେ ରଥ ଟାଣିବା ପାଇଁ ହଜାର ହଜାର ଲୋକେ ଉପସ୍ଥିତ ହୋଇଥିବା ବେଳେ ହରିବୋଲ ହୁଳ ହୁଳିରେ ଭକ୍ତ ଭଗବାନଙ୍କ ମିଳନ ସହ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସେହିପରି ବାଲିମେଳାରେ ମଧ୍ୟ ତିନି ଠାକୁରଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା । ବାଲିମେଳା ଜଗନ୍ନାଥ ମନ୍ଦିର ପୂଜା କମିଟି ଓ ଏନଏସି ପକ୍ଷରୁ ଆୟୋଜିତ ହେଉଥିବା ଏହି ରଥ ଯାତ୍ରା ରେ ଆଖପାଖ ଗ୍ରାମର ଶତାଧିକ ଲୋକେ ଉପସ୍ଥିତ ଥିଲେ । ରଥକୁ ମାଉସୀ ମା ଘର ଯାଏଁ ଟାଣି ନେବାକୁ ସହ ସହ ଭକ୍ତ ରଥ ଟାଣିବା ସହ ଭଗବାନଙ୍କ ଦର୍ଶନ କରିଥିଲେ । ଅନ୍ୟପଟେ ଖଇରପୁଟ ବ୍ଲକ ଓ ଗୋବିନ୍ଦପାଲିରେ ମଧ୍ୟ ରଥ ଯାତ୍ରା ବେସ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି ।
ଆନନ୍ଦପୁର ଆଜି ହେଉଛି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି. ଆଜିର ତିଥିରେ ପାଳନ ହେଉଛି ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା । ଆନନ୍ଦପୁର ଦେବୋତର ବିଭାଗ ମୁଖ୍ୟ ତଥା ନିର୍ବାହୀ ଅଧିକାରୀ ଉପଜିଲ୍ଲାପାଳ ନୀଳମାଧବ ସୁନାଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନ ରେ ଆୟୋଜିତ ଏହି ଶ୍ରୀଗୁଣ୍ଡିଚା ଯାତ୍ରାରେ ଆଜି ପ୍ରତୁ୍ୟଷରୁ ମହାପ୍ରଭୁଙ୍କ ଦ୍ୱାରପାଳ ପୁଜା, ସୂର୍ଯ୍ୟ ପୁଜା, ମଇଲମ, ତଡପଲାଗି ସହ ଅନ୍ୟାନ୍ୟ ପୁଜା ସମାପନ ପରେ ମହାପ୍ରଭୁଙ୍କର ମଙ୍ଗଳାର୍ପଣ କରାଯାଇଥିଲା. ଶେଷରେ ମହାପ୍ରଭୁ ଭକ୍ତ ମାନଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଥିଲେ । ପ୍ରଥମେ ସୁଦର୍ଶନ ପରେ ବଡ ଭାଇ ବଳଭଦ୍ର, ମଝିରେ ଯୋଗମାୟା ବିଜୁଳି କନ୍ୟା ଦେବୀ ସୁଭଦ୍ରା ଏବଂ ଶେଷରେ ଜଗତର ନାଥ ଜଗନ୍ନାଥ ମହା ପ୍ରଭୁଙ୍କୁ ସେବକ ମାନେ ରଥାରୁଢ କରାଇଥିଲେ । ରାଥାରୁଢ ପରେ ପରିଛା ସୁଦର୍ଶନ ମିଶ୍ର ଛେରା ପହଁରା କରିଥିଲେ । ପାଗ ଅନୁକୂଳ ଥିବାରୁ ଭକ୍ତ ମାନେ ଚରମାଳ ଦେଇ ମହାପ୍ରଭୁଙ୍କ ଦର୍ଶନ କରିବାପାଇଁ ଭିଡ଼ ଲଗାଇଥିଲେ । ସନ୍ଧ୍ୟା ୬.୧୫ ମିନିଟ ସମୟରେ ରଥ ମାଉସୀ ମା ମନ୍ଦୀର ନିକଟରେରେ ଲାଗିଥିଲା । ରଥ ଟଣା ସମୟରେ ତହସିଲଦାର ପଲ୍ଲବୀ ପ୍ରିୟଦର୍ଶିନୀ, ସହକାରୀ ଜିଲ୍ଲାପାଳ ତପନ କୁମାର ପ୍ରଧାନ ମାଜିଷ୍ଟ୍ରେଟ କାର୍ଯ୍ୟ ତୁଲାଇଥିଲେ । ରଥଯାତ୍ରା ଦେଖିବା ଏବଂ ରଥଟାଣିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।