ଭଗବତ ପ୍ରେମ : ସର୍ବଶ୍ରେଷ୍ଠ ସମ୍ପତ୍ତି
ବିଜୟଲକ୍ଷ୍ମୀ ଶତପଥୀ : ଈଶ୍ୱରଙ୍କ ପ୍ରେମକୁ ହରାଇବାର ଭୟ ଜୀବନର ସବୁଠାରୁ ବଡ଼ ଭୟ । ଭଗବାନଙ୍କ ପ୍ରେମ ହେଉଛି ମନୁଷ୍ୟର ସର୍ବଶ୍ରେଷ୍ଠ ଅମୂଲ୍ୟ ସମ୍ପତ୍ତି । ଏହା ଅନେକ ଜନ୍ମର ତପସ୍ୟାର ଫଳ ତଥା ଗୋଟିଏ ପବିତ୍ର ଆତ୍ମାର ନିଜ ଉତ୍ସ ସହ ମିଳନ ପାଇଁ ବ୍ୟାକୁଳତାର ଫଳ । ଭଗବାନଙ୍କ ପ୍ରେମ ହେଉଛି ସେହି ସୁରକ୍ଷା କବଚ, ଯାହା ଜୀବନର ଦୁର୍ଦ୍ଦିନରେ ଆମକୁ ଘଣ୍ଟ ଘୋଡ଼ାଇ ରଖିଥାଏ । ଏହା ଆମକୁ ତୃପ୍ତିର ସ୍ୱାଦ ଚଖାଏ ଯାହା କୌଣସି ସାଂସାରିକ ସମ୍ପତ୍ତି ପ୍ରଦାନ କରିପାରେନା । ଭଗବାନଙ୍କୁ ଆମ ହୃଦୟରେ ଅଧିଷ୍ଠିତ କରେଇ ଆମେ ଏକ ସୁନ୍ଦର ଦୁନିଆର ଅବଲୋକନ କରିବା ଯେଉଁଠି ପ୍ରେମର ରାଜତ୍ୱ ହେଉଥିବ ଏବଂ ଈର୍ଷା, ଦ୍ୱେଷ, ଘୃଣାର ସ୍ଥାନ ନଥିବ। ଈଶ୍ୱରଙ୍କ ପ୍ରେମକୁ ହରେଇବାର ଭୟ ଜୀବନର ସବୁଠାରୁ ବଡ଼ ଭୟ ।
ଏଠି ପ୍ରଶ୍ନ ଆସିପାରେ, ଯେତେବେଳେ ଆମେ କହୁଛୁ ଯେ ଭଗବାନ ସର୍ବବ୍ୟାପୀ, ସର୍ବତ୍ର ବିରାଜିତ ଏବଂ ସେ ପ୍ରେମର ମୂର୍ତ୍ତିମନ୍ତ ପ୍ରତୀକ, କେହି କେମିତି ତାଙ୍କ ଦିବ୍ୟ ପ୍ରେମରୁ ବଞ୍ଚିତ ହୋଇପାରିବ ? ଉତ୍ତର ଖୁବ ସହଜ । ବେତାର ତରଙ୍ଗ ସବୁଠି ଅଛି, ଯଦିଓ ତାହା ସୁବଠି, ଶବବ୍ଦ ଶୁଣିବାପାଇଁ ଆମକୁ ଉପଯୁକ୍ତ ତରଙ୍ଗ ସହ ସଂଯୋଗ ସ୍ଥାପନ କରିବାକୁ ହୁଏ । ଠିକ ସେହିଭଳି ବେଳେ ବେଳେ ମାୟା ଆମ ମନକୁ ଆବୋରି ରଖେ ଏବଂ ଆମେ ଭଗବାନଙ୍କ ସହ ସଂଯୋଗ ସ୍ଥାପନ କରିବାରେ ବିଫଳ ହେଉ । ଆମେ ଅନୁଭବ କରିପାରୁନୁ ଯେ ଏହି ମାୟା ଏକ ମରୀଚିକା ଏବଂ ଏହା ଆମକୁ ଅକଥନୀୟ କଷ୍ଟ ହିଁ ପ୍ରଦାନ କରିବ । ଏକମାତ୍ର ଭଗବାନ ହିଁ ତାଙ୍କର ଅପାର ଅନୁକମ୍ପାରୁ ସେଥିରୁ ଆମକୁ ଉଦ୍ଧାର କରିପାରିବେ । ରାମାୟଣରେ ଏହାର ପ୍ରକୃଷ୍ଟ ଉଦାହରଣ ଆମେ ପାଇପାରିବା । ରାମ ଓ କାମ ଏକାଠି ରହି ପାରିବେନି । ପୁଣିଥରେ ତାଙ୍କର ପରମ ପ୍ରିୟ ପ୍ରଭୁଙ୍କୁ ପାଇବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଥିଲା । ତେଣୁ ସଦା ଈଶ୍ୱରଙ୍କ ସଂସ୍କରଣ ସହ ସଂଯୋଗ ସ୍ଥାପନ କରିବା ଏବଂ ତାଙ୍କ ଦିବ୍ୟ ପ୍ରେମର ଦିବ୍ୟ ସୂର୍ଯ୍ୟାଲୋକରେ ସଦାସ୍ନାନ କରିବା । ଏହା ହିଁ ଜୀବନର ପୁଞ୍ଜି, ଜୀବନରେ ଏହି ଅମୂଲ୍ୟ ସମ୍ପଦ ବଢେ଼ଇ ଚାଲିବା ହିଁ ବୁଦ୍ଧିମତାର ପରିଚୟ ।
ଖରିଆର ରୋଡ଼, ନୂଆପଡ଼ା