ଭାରତରେ ନୂଆ ମିନି କୁପର ଏସ ଜେସିଡବ୍ଲୁ୍ୟ ପ୍ୟାକ ଉନ୍ମୋଚିତ
ଭୁବନେଶ୍ୱର : ମିନି ଇଣ୍ଡିଆ ପକ୍ଷରୁ ନୂଆ ମିନି କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ର ଲଞ୍ଚÿ୍ ଘୋଷଣା କରାଯାଇଛି । ଏହି କାର୍ ଏକ କମ୍ପ୍ଲିଟ୍ଲି ବିଲ୍ଟ-ଅପ୍ ୟୁନିଟ (ସିବିୟୁ) ଭାବେ ଉପଲବ୍ଧ ହେବ ଏବଂ ଏହାକୁ ଦେଶବ୍ୟାପୀ ଅଥୋରାଇଜ୍ଡ ମିନି ଡିଲରଗୁଡିକ ସମେତ ସପ.ମିନି.ଇନରେ ବୁକ୍ କରାଯାଇପାରିବ । ଏହାର ଡେଲିଭରି ଏପ୍ରିଲ୍ ୨୦୨୫ ରୁ ଆରମ୍ଭ ହେବ । ମିନି କୁପର୍ ଏସର ୫ମ ପିଢି ମିନିର ଶାରୀରିକ ଗଠନ ଓ ମୂଳତ୍ୱ ସହିତ ଜନ୍ କୁପର ୱର୍କସ୍ ପ୍ୟାକର ସ୍ପୋର୍ଟିନେସ୍ ସହିତ ପ୍ରଗତିଶୀଳ ଟେକ୍ନୋଲୋଜିକୁ ଏକତ୍ରିତ କରିଛି । ମିଳିତ ଭାବେ କମ୍ପାନୀ ଏହି ପ୍ୟାକ୍ରେ ଏକ ନୂଆ ବ୍ୟକ୍ତିତ୍ୱ ଓ ହଲମାର୍କ ଡ୍ରାଇଭିଂ ଡାଇନାମିକ୍ସ ସହ ଅଭିନବ ଫିଚରଗୁଡିକୁ ଅନ୍ତର୍ଭୁକ୍ତ କରିଛି । ବିକ୍ରମପାୱାହ, ସଭାପତି ଏବଂ ସିଇଓ,ବିଏମଡବ୍ଲୁ୍ୟ ଗୋଷ୍ଠୀ କହିଛିନ୍ତି,ନୂଆ ମିନି କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ କାଳଜୟୀ ଡିଜାଇନକୁ ଆଧୁନିକ ଉଦ୍ଭାବନ ସହ ମିଶ୍ରଣ କରିବାର ମିନିର ବିରାସତକୁ ସୂଚିତ କରୁଛି । ଏହାର ଏକ୍ସ-ଶୋରୁମ ମୂଲ୍ୟ ରହିଛି: ନୂଆ ମିନି କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ –ମୂଲ୍ୟ ୫୫,୯୦,୦୦୦ । ଇନ୍ ଭଏସିଂ ସମୟରେ ପ୍ରଯୁଜ୍ୟ ମୂଲ୍ୟ ଲାଗୁ ହେବ । ଏକ୍ସଶୋ’ରୁମ ମୂଲ୍ୟଗୁଡିକ (କମ୍ପେନସେଶନ ସେସ୍ ସମେତ) ଲାଗୁ ହେବ । ଆଧୁନିକ, ଡିଜିଟାଲ ଓ ତ୍ରୁଟିହୀନ ନୂଆ ମିନି କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ ଚାଳନା ଆନନ୍ଦ ଓ ଉପଭୋକ୍ତା ଅନୁଭୂତିକୁ ଏକ ନୂତନ ଯୁଗକୁ ନେଇଛି । ନୂଆ ଡିଜାଇନ ଲାଙ୍ଗୁଏଜ ‘କରିସ୍ମାଟିକ ସିମ୍ପ୍ଲିସିଟି’ରେ ଏକ ବିସ୍ତୃତ ପରିବର୍ତ୍ତନ ପ୍ରତିଫଳିତ ହେଉଛି । ଏହା ଏକ ରୂପେ ବାସ୍ତବ ମାଧ୍ୟମରେ ପାରମ୍ପରିକ ମୂଲ୍ୟବୋଧଗୁଡିକୁ ପ୍ରଗତିଶୀଳ ଉଦ୍ଭାବନଗୁଡିକରେ ଏକତ୍ରିତ କରୁଛି, ଗାଡିର ଡିଜାଇନକୁ ଆବଶ୍ୟକତା ମୁତାବକ ହ୍ରାସ କରାଯାଇଛି । “ନୂଆ ମିନି କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍? ଏକ ଶୁଦ୍ଧ ଡିଜାଇନକୁ ସେୟାର କରୁଛି ଯାହା ସମାନ ପରିମାଣର ମିନି କମୁ୍ୟନିଟିର ଅଭିନବ ଉସôାହ ଓ ସହରୀ ଚରିତ୍ରକୁ ଗ୍ରହଣ କରିଛି ।