SI କେଳେଙ୍କାରୀ , ୨୩ ହେବ ଶୁଣାଣି
ଭୁବନେଶ୍ୱର : ଏସଆଇ ପରିକ୍ଷା କେଳେଙ୍କାରୀରେ ମୋଟ ୧୧୯ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମୁଖ୍ୟ ଆସାମୀକୁ ଧରିବାରେ ଏପର୍ଯ୍ୟନ୍ତ ବିଫଳ । ୧୧୯ ଜଣ ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟରେ ପୂର୍ବରୁ ଜାମିନ ପାଇଁ ଆବେଦନ କରିଥିଲେ ହେଲେ ତାହା ନାମଞ୍ଜୁର ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଦୌରା ଜଜ୍ କୋର୍ଟରେ ୧୧୩ ଜଣ ଆବେଦନ କରିଛନ୍ତି । ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖରେ ହେବ ବୋଲି ପିପି ବିଶ୍ୱଜିତ ବରାଳ କହିଛନ୍ତି । ଏହି ଶୁଣାଣି ଭିଜିଲାନ୍ସ ଏଡିଜେ କୋର୍ଟରେ ହେବ । କ୍ରାଇମବ୍ରାଞ୍ଚ ଏହି ମାମଲାର ସିଡ଼ି ଏବଂ ଦସ୍ତାବିଜ ଦାଖଲ କରିବ । ପରୀକ୍ଷା ଦୁର୍ନୀତି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ । କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାରେ ଏପର୍ଯ୍ୟନ୍ତ ୧୧୪ ଜଣ ପରୀକ୍ଷାର୍ଥୀ, ୫ ଜଣ ଦଲାଲଙ୍କୁ ଗିରଫ କରିଥିବାବେଳେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବେ ବି ଫେରାର ରହିଛି ।