ଭୁବନେଶ୍ୱରରୁ ଦୁଇ ଆନ୍ତଃରାଜ୍ୟ ବନ୍ଧୁକ ମାଫିଆ ଗିରଫ : ୧୦ ମାଉଜର ଜବତ

ଭୁବନେଶ୍ୱର : ଭୁବନେଶ୍ୱର କମିଶନରେଟ୍‌ ପୁଲିସକୁ ବଡ଼ ସଫଳତା । ପୁଲିସ ହାତରେ ଦୁଇ ଆନ୍ତଃରାଜ୍ୟ ବନ୍ଧୁକ ମାଫିଆ ଗିରଫ । ଭୁବନେଶ୍ୱର ଖଣ୍ଡଗିରି ଛକରୁ ଏକ କାର୍‌ ଭିତରୁ ୧୦ ମାଉଜର ଜବତ । କାରଟିକୁ ଗୋଡେଇ ଗୋଡେଇ ଧରିଛି ଭୁବନେଶ୍ୱର କମିଶନରେଟ୍‌ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ।

   

   ଖବର ଅନୁଯାୟୀ, ଏକ କାର ଯୋଗେ ବନ୍ଧୁକ ବିହାରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଏ ସଂପର୍କରେ ଗୁଇନ୍ଦା ସୁତ୍ରରୁ ଖବର ପାଇ ଚଢାଉ କରିଥିଲା କମିଶନରେଟ୍‌ ପୋଲିସ । ପୋଲିସକୁ ଦେଖି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା କାର । ଗାଡ଼ିକୁ ପିଛା କରି ପୁଲିସ ଶେଷରେ କାବୁ କରିଥିଲା । ବନ୍ଧୁକ ମାଫିଆଙ୍କ ଠାରୁ ଗୋଟିଏ କାର୍ବାଇନ ସହ ୧୦ସେମି ଅଟୋମେଟିକ ପିସ୍ତଲ ଏବଂ ଜବଦ କରିବାରେ ସକ୍ଷମ ହୋଇଛି ସ୍ପେଶାଲ କ୍ରାଇମ ୟୁନିଟ । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି କମିଶନରେଟ ପୁଲିସ । ଗିରଫ ଦୁଇଜଣ ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଗିରଫ ଦୁଇଜଣ ହେଲେ ସୁମନ୍ତ ନାୟକ ଓ ସୌଭାଗ୍ୟ ନୟକ । ପୂର୍ବରୁ ସୁମନ୍ତଙ୍କ ନାରେ ୬ଟି ମାମଲା ଓ ସୌଭାଗ୍ୟଙ୍କ ନାରେ ୪ଟି ମାମଲା ଥିବା କମିଶନରେଟ ପୁଲିସ ସୂଚନା ଦେଇଛି । ଭୁବନେଶ୍ୱର ସହରକୁ କେଉଁ ଦିଗରୁ ବନ୍ଧୁକ ପ୍ରବେଶ କରୁଛି ଏବଂ ରାଜ୍ୟର ଅନ୍ୟ କେଉଁ କେଉଁ ଜିଲ୍ଲାରେ ଅନୈତିକ ଭାବରେ ବନ୍ଧୁକ ଚାଲାଣ ଚାଲିଛି ସେନେଇ ତଦନ୍ତ କରୁଛି ପୁଲିସ ।