ଭୁବନେଶ୍ୱରରେ ମର୍ଡର : ଘଟଗାଁରେ ଡେଡବଡି
ଭୁବନେଶ୍ୱର: ନିଖୋଜ ମହିଳା କନେଷ୍ଟବଳ ଶୁଭମିତ୍ରା ସାହଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି । ପୁରୁଷ ବନ୍ଧୁ ଦୀପକ ରାଉତ ତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ବଡକଥା ହେଉଛି ଦୀପକ ଗତ ୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ତାଙ୍କୁ ହତ୍ୟା କରିଥିଲା । ଏହାପରେ ମୃତଦେହକୁ କାର୍ ଯୋଗେ ଘଟଗାଁ ନେଇଯାଇଥିଲା । ଘଟଗାଁ ଅଞ୍ଚଳରେ ଥିବା ଜଙ୍ଗଲରେ ମୃତଦେହକୁ ପୋତି ଦେଇଥିଲା । ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେବ କମିଶନରେଟ୍ ପୋଲିସ୍ । ୨୦ଲକ୍ଷ ଟଙ୍କା ପାଇଁ ମହିଳା କନେଷ୍ଟବଳଙ୍କୁ ମାରି ଦେଇଛନ୍ତି ଦୀପକ । ସୂଚନା ଅନୁସାରେ ପୂର୍ବରୁ ଦୀପକ ବିବାହିତ ଥିବାବେଳେ ତାଙ୍କ ପତ୍ନୀ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତେବେ ଏହାପରେ ତାଙ୍କୁ କୋଟିଏ ଟଙ୍କା ମିଳିଥିଲା । ସେଥିରୁ କୋଡିଏ ଲକ୍ଷ ଟଙ୍କା ସେ ଶୁଭମିତ୍ରାଙ୍କୁ ଦେଇଥିଲେ । ତେବେ ଏହି ଟଙ୍କା ପାଇଁ ଦୀପକ ହତ୍ୟା କରିଥିବା କହିଛନ୍ତିି ।