ଭୁଲ୍ ମେଡିସିନ୍ରୁ ଶିଶୁ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
ଭୁବନେଶ୍ଵର : ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ଭୁଲ ମେଡିସିନ୍ ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ, ଶିଶୁଟିର ସ୍ଵାସ୍ଥ୍ୟ ଖରାପ ହେବାରୁ ରବିବାର ରାତିରେ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ତେବେ ଡାକ୍ତର ମେଡିସିନ୍ ଦେବାପରେ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଶିଶୁଟିର ମୃତ୍ୟୁ ପରେ ଚିକିତ୍ସା କରିଥିବା ଡାକ୍ତର ସେଠାରୁ ଚାଲିଯାଇଥିଲେ। ପରେ ଯେଉଁ ଡାକ୍ତର ଆସିଥିଲେ ପରିବାର ଲୋକଙ୍କୁ ଭୁଲ ମେଡିସିନ୍ରୁ ଶିଶୁର ମୃତ୍ୟୁ ହୋଇଥିବା କହିଥିଲେ । ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି।