ରାହୁଲଙ୍କ ଗସ୍ତ ପାଇଁ କଂଗ୍ରେସର କମିଟି : ଅରବିନ୍ଦ ମିଡ଼ିଆ ସେଲ ଅଧ୍ୟକ୍ଷ

 ଭୁବନେଶ୍ୱର: 
ଆସନ୍ତା ୧୧ରେ ଏଆଇସିସି ସଭାପତି ମଲ୍ଲିକାଜୁର୍ନ ଖଡ଼ଗେ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସୁଥିବାବେଳେ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ କଂଗ୍ରେସ ଆଜି ତିନୋଟି କମିଟି ଗଠନ କରିଛି  । ସେହିପରି ସାମ୍ବାଦିକରୁ ରାଜନେତା ପାଲଟିଥିବା ଅରବିନ୍ଦ ଦାସଙ୍କୁ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ କରାଯାଇଛି  । ବରମୁଣ୍ଡାରେ ‘ସମ୍ବିଧାନ ବଞ୍ଚାଅ ସମାବେଶ’ ଏବଂ ଦଳର ସାଂଗଠନିକ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ପିସିସି ସଭାପତି ଭକ୍ତ ଚରଣ ଦାସ ତିନୋଟି କମିଟି ଗଠନ କରିଛନ୍ତି  । କାର୍ଯ୍ୟକ୍ରମ ପରିଚାଳନା କମିଟିର ସଂଯୋଜକ ଭାବେ ମାନସ ଚୌଧୁରୀଙ୍କୁ ଦାୟିତ୍ୱ ମିଳିଥିବାବେଳେଦ୍ଭ ଏଥିରେ ବିଧାୟକ ସାଗର ଚରଣ ଦାସ, ମନୋଜ ଜେନା, ରଞ୍ଜିତ ପାତ୍ର, ମହମ୍ମଦ ଇମଦାଦ, ରାଜୀବ ପଟ୍ଟନାୟକ, ଅଭିଳାଷ ମାଣିଆ, ଅମରେଶ ପରିଡ଼ା ସଭ୍ୟ ଅଛନ୍ତି  । ସେହିପରି ପ୍ରସାର କମିଟିରେ ନବଜ୍ୟୋତି ପଟ୍ଟନାୟକ ସଂଯୋଜକ ଥିବାବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ, ଶାନ୍ତାୟନ ମିଶ୍ର, ମନୋଜ ବିଶ୍ୱାଳ, ମିଲନ ପଟ୍ଟନାୟକ, ଉଦିତ ପ୍ରଧାନ ପ୍ରମୁଖ ସଭ୍ୟ ରହିଛନ୍ତି । ଅପରପକ୍ଷରେ ସାଂଗଠନିକ ବୈଠକ କମିଟିରେ ଶୁଭେନ୍ଦୁ ମହାନ୍ତି ସଂଯୋଜକ ରହିଥିବା ବେଳେ ୟାସିର ନୱାଜ, ପ୍ରକାଶ ମିଶ୍ର, ପ୍ରଦୀପ କୁମାର ମହାପାତ୍ର, ଲଲାଟେନ୍ଦୁ ଶତପଥି, ସଂଜୟ ତ୍ରିପାଠୀ ପ୍ରମୁଖ ସଭ୍ୟ ଭାବେ ରହିଛନ୍ତି  ।