ଦିନକ ପରେ ସାଧାରଣତନ୍ତ୍ର ଦିବସ: ଗାନ୍ଧିମାର୍ଗରେ ରିହରସଲ୍

ଭୁବନେଶ୍ବର: ଦିନକ ପରେ ସାଧାରଣତନ୍ତ୍ର ଦିବସ । ରାଜ୍ୟସ୍ତରୀୟ ପରେଡ୍ ପାଇଁ ଭୁବନେଶ୍ଵର ଗାନ୍ଧିମାର୍ଗରେ ହୋଇଛି ଫୁଲ୍ ଡ୍ରେସ ରିହରସଲ୍ । ଏଥିରେ ଯୋଗ ଦେଇଛନ୍ତି ୪୪ଟି କଣ୍ଟିନଜେଣ୍ଟ। ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଓଡ଼ିଶା ପୋଲିସ, ଝଙଏ, ଅଗ୍ନିଶମ ବିଭାଗ, ସ୍ଵେଚ୍ଛାସେବୀ ସଂଗଠନ, ଝାଡ଼ଖଣ୍ଡ ପୋଲିସର ଏକ ଟିମ୍ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏଥର ପରେଡରେ ନେତୃତ୍ୱ ନେଉଛନ୍ତି ଯୁବ ଓଚଝ ଭୋସଲେ ଶୁଭମ ସଞ୍ଜୟ । ସେ ଏବେ ସମ୍ବଲପୁରରେ ଅତିରିକ୍ତ ଏସପି ଟ୍ରେନି ଅଛନ୍ତି । ରେଡ ପରେ ପରେ ଡେୟାରଡେଭିଲସ, ସ୍କେଟିଂ ଓ ବିଭିନ୍ନ ଲୋକକଳା ପ୍ରଦର୍ଶନ କରାଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନାର ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶନ କରାଯାଇଛି। ଫୁଲ୍ ଡ୍ରେସ ରିହରସଲରେ ପୋଲିସ ଡିଜି ଯୋଗ ଦେଇ ପୁରା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।