ବଜ୍ରାଘାତରେ ଚାଷୀଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ୭ନଂ ୱାର୍ଡ ବାଲିପଡ଼ା ଗ୍ରାମର ଚାଷୀ ଭାଗବତ କର (୭୮) ଗତକାଲି ଅପରାହ୍ନରେ ବିଲରୁ ଗାଇ ଚରାଇ ଫେରୁଥିବା ସମୟରେ ବାଟରେ ବଜ୍ରପାତ ଘଟିବାରୁ ତାଙ୍କର ମୃତ୍ୟୁ ଘଟିଛି । ସେଅପରାହ୍ନ ଠାରୁ ନିଖୋଜ ଥିବାରୁ ପରିବାର ଲୋକ ଖୋଜାଖୋଜି କରି ନପାଇବାରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ନିଖୋଜ ରିପୋର୍ଟ ଦେଇଥିଲେ । ସ୍ଥାନୀୟ ଅଞ୍ଚଳ ଚାଷଜମି ବନ୍ୟା ପାଣିରେ ବୁଡି ଯାଇଥିବାରୁ ଦମକଳ ବାହିନୀ ପାଣିରେ ପଶି ନିଖୋଜ ଭାଗବତଙ୍କୁ ଖୋଜାଖୋଜି କରିଥିଲେ । ଆଜି ନିକଟସ୍ଥ ପାଳରେ ତାଙ୍କର ମୃତ ଶବ ଭାସୁଥିବାର ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।