ରାଜଧାନୀରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ରାଜଧାନୀରେ କୋଟିଏ ଟଙ୍କାର ଗଞ୍ଜେଇ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ I ଦିନ ବେଳେ ଚୋରା ଗଞ୍ଜେଇ ଚାଲାଣ ଚାଲିଥିବାବେଳେ ପୁଲିସ ଟିମ ମାଡିବସିଲା । ଫୁଲବାଣୀ ରୁ ହିମାଚଳ ପ୍ରଦେଶ ଚାଲାଣ କରାଯାଉଥିବାର ଖବର ପାଇ ପୁଲିସ୍ ଟିମ୍ ଚଢାଉ କରିଥିଲା । ତେବେ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ପ୍ରାୟ ୫ କୁଇଣ୍ଟାଲ ରୁ ଊର୍ଦ୍ଧ୍ବ ଗଂଜେଇ ଜବତ କରାଯାଇଛି ।