ଭଡ଼ାଘରେ ହଷ୍ଟେଲ ନାଁରେ ଚାଲିଥିଲା ସେକ୍ସ ରାକେଟ୍

ଚଢ଼ାଉ କଲା ଖଣ୍ଡଗିରି ପୁଲିସ; ୪ ଯୁବତୀ ଉଦ୍ଧାର, ଦଲାଲ ଫେରାର
 ଭୁବନେଶ୍ୱର, ୨୮ା୧୧ : ବାଂଲାଦେଶୀ ନାବାଳିକାଙ୍କୁ ନେଇ କଟକ-ଭୁବନେଶ୍ୱରରେ ହଇଚଇ ସୃଷ୍ଟି ହୋଇଥିବା ବେଳେ, ଆଜି ଖଣ୍ଡଗିରିରେ ଥିବା ଏକ ଭଡ଼ାଘରେ ଠାବ ହୋଇଛି ସେକ୍ସ ରାକେଟ୍ । ଦୀର୍ଘ ଦିନ ଧରି ସେଠାରେ ସେକ୍ସ ରାକେଟ୍ ଚାଲିଥିବା ଅଭିଯୋଗ ହୋଇଛି । ନୟାଗଡ ଜିଲ୍ଲାର ଜଣେ ରାଣୀ ମହୁମାଛି ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ନାବାଳିକା ଯୁବତୀମାନଙ୍କୁ ରାଜଧାନୀରେ ବିଭିନ୍ନ ଚାକିରି ଦେବା ଆଳରେ ଏଠାକୁ ଆଣି ଦେହ ବେପାର କାର୍ଯ୍ୟରେ ନିୟୋଜିତ କରିଥିବା ଚର୍ଚ୍ଚା ହେଉଛି । ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଆଜି ଭକ୍ତ ମଧୂ ସମବାୟ ନଗର ଡ଼ୁମୁଡ଼ୁମାର ଏକ ଭଡ଼ାଘରେ ଅଚାନକ ଚଢ଼ାଉ କରି ୪ ଜଣ ନାବାଳିକା ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ, ଘଟଣା ସ୍ଥଳରୁ ପୂର୍ବରୁ ଖବର ପାଇଁ ରାଣୀ ମହୁମାଛି ଚମ୍ପଟ ମାରିଛି ।
 ସୂଚନା ଯୋଗ୍ୟଯେ, ଖଣ୍ଡଗିରି ଥାନା ଅଧିନରେ ଥିବା ଭକ୍ତମଧୂ ସମବାୟ ନଗର ଡ଼ୁମୁଡ଼ୁମା ଅଞ୍ଚଳର ଏକ ଭଡ଼ାଘରେ ଦୀର୍ଘ ଦିନ ଧରି ଚାଲିଥିଲା ସେକ୍ସ ରାକେଟ । ନୟାଗଡ ଅଞ୍ଚଳର ଜଣେ ମହିଳା ଏହି ଘର ଭଡା ନେଇ ହଷ୍ଟେଲ ଆଳରେ ୪ ଯୁବତୀଙ୍କୁ ରଖି ଦେହ ବେପାର କାମରେ ନିୟୋଜିତ କରୁଥିଲେ । ସେଠାକୁ ରାତିରେ ଓ ଦିନରେ ବହୁ ନାମୀଦାମୀ ଲୋକେ ଦେହର ଶୁଖ ନେବା ପାଇଁ ସେଠାରେ ଭିଡ ଜମାଉଥିବା ଅଭିଯୋଗ ହୋଇଥିଲା । ବିଶେଷ ସୂତ୍ରରୁ ଖବର ପାଇଁ ଆଜି ଖଣ୍ଡଗିରି ଥାନା ପୁଲିସ ସେହି ଭଡ଼ାଘରେ ଅଚାନକ ଚଢ଼ାଉ କରିଥିଲା । ଚଢାÿଉ ସମୟରେ ଘର ଭିତରେ ୪ ଯୁବତୀ ଥିବା ଦେଖିବାକୁ ପାଇଥିଲା । ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିବା ସହିତ ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଉଦ୍ଧାର ହୋଇଥିବା ଯୁବତୀମାନେ ଓଡିଶାର ବୋଲି ଜଣାପଡ଼ିଛି । ତେବେ ରାଣୀ ମହୁମାଛି ପୂର୍ବରୁ କେମିତି ଖବର ପାଇ ସେଠାରୁ ଚମ୍ପଟ ମାରିଛି । ଫଳରେ ତାଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଏପଟେ ପୁଲିସ ଘର ମାଲିକଙ୍କୁ ମଧ୍ୟ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ତେବେ ଏଥିରେ ବାଂଲାଦେଶୀ ନାବାଳିକା ସେକ୍ସ ରାକେଟ୍ ସହିତ କୌଣସି ସମ୍ପର୍କ ନଥିବା ବୋଲି ପୁଲିସ କହିଛି । ତେବେ ଏଠି ପ୍ରଶ୍ନ ଉଠୁଛି, କଟକରୁ ବାଂଲାଦେଶୀ ନାବାଳିକା ସେକ୍ସ ରାକେଟ୍ ଠାବ ହେଲା ପରଠାରୁ କମିଶନରେଟ୍ ପୁଲିସ ତତ୍ପର ହୋଇଉଠିଛି । କାରଣ ଭୁବନେଶ୍ୱରରେ ୩ ଦିନିଆ ଡ଼ିଜିପି ସମ୍ମିଳନୀର ଆୟୋଜନ ରହିଛି । ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିସନରେଟ ପୁଲିସ ।