ପ୍ରଶ୍ନ ପତ୍ର ଲିକ୍ କରି ବନ୍ଧା ହେଲେ ସହକାରୀ ଶିକ୍ଷକ ଓ ପନôୀ


 ଭୁବନେଶ୍ୱର, ୬ା୪ : ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ୍ ଘଟଣାରେ ସାଇବର ଥାନା ପୁଲିସ ଜଣେ ସହକାରୀ ଶିକ୍ଷକ ଓ ତାଙ୍କ ପନôୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଯାଜପୁରର ଜଗନ୍ନାଥ କର ଓ ତାଙ୍କ ପନôୀ ଋତୁପର୍ଣ୍ଣା ପତି । ଏମାନଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଏମାନେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ନିଜ ୟୁଟୁ୍ୟକ ମାଧ୍ୟମରେ ଭାଇରାଲ୍ କରିଥିଲେ ।
 ପୁଲିସ ସୂଚନା ଅନୁସାରେ, ୟୁଟୁ୍ୟବ ମାଧ୍ୟମରେ ପ୍ରାଇମେରୀ ସ୍କୁଲ ପ୍ରଶ୍ନପତ୍ର ଲିକ୍ ହେଉଥିବା ନେଇ ଓପେପା ନିଦେ୍ର୍ଦଶକ ଜାଣିବା ପରେ ସାଇବର ଥାନାରେ ଏତଲା ଦେଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ନିଜର ୟୁଟୁ୍ୟବ୍ ଭିୟୁ ବଢାଇବା ପାଇଁ ସ୍ତ୍ରୀଙ୍କ ସହ ମିଶି ଅଭିଯୁକ୍ତ ସହକାରୀ ଶିକ୍ଷକ ଜଗନ୍ନାଥ ଏମିତି କରିଥିବା ଜଣାପଡିଥିଲା । ନିଜର ୟୁଟୁ୍ୟବ ଚ୍ୟାନେଲ ପ୍ରୋ-ଆନ୍ସରରେ ପ୍ରଶ୍ନପତ୍ର ଲିକ୍ କରିଥିଲେ  । ଏନେଇ ଓସେପା ପକ୍ଷରୁ ୧୮ ମାର୍ଚ୍ଚରେ ସାଇବର ଥାନାରେ ଅଭିଯୋଗ ହୋଇଥିଲା  । ତଦନ୍ତ ବେଳେ ପ୍ରାଇମେରୀ ସ୍କୁଲର କିଛି ପ୍ରଶ୍ନପତ୍ର ଲିକ୍ ନେଇ ସୁରାକ ପାଇଥିଲା ପୁଲିସ  । ସମୀର ଏଜୁକେସନ ନାମରେ ଏକ ୟୁଟୁ୍ୟବ ଚ୍ୟାନେଲ ଏହି କାମ କରୁଥିଲା ପ୍ରମାଣ ପାଇଥିଲା କମିଶନରେଟ୍ ପୁଲିସ  । ପରେ ଏହି ୟୁଟୁ୍ୟବ ମାଲିକ ସମୀର ସାହୁଙ୍କୁ ଗିରଫ କରାଯାଇଛି  । ଯାହାଙ୍କ ଘର ଗଂଜାମର ରମ୍ଭା ଅଞ୍ଚଳରେ  । ସମୀରଙ୍କୁ ପଚରା ଉଚରା ବେଳେ ପ୍ରୋ-ଆନ୍ସର ଚ୍ୟାନେଲ ଲିଙ୍କ ସାମ୍ନାକୁ ଆସିଥିଲା  । ପ୍ରୋ-ଆନ୍ସର ଚ୍ୟାନେଲ ଜଗନ୍ନାଥ ନିଜ ପନôୀଙ୍କ ନାମରେ ଚଳାଇଥିଲା  । ପରୀକ୍ଷା ପାଇଁ ଓସେପା ପକ୍ଷରୁ ଯେଉଁ ପ୍ରଶ୍ନପତ୍ର ଦିଆଯାଇଥିଲା  । ତାକୁ ନେଇ ପନôୀ ଋତୁପର୍ଣ୍ଣା ପତିକୁ ଦେଇଥିଲେ ଜଗନ୍ନାଥ  । ଏକ୍ସ କ୍ଲୁସିଭ୍ ଓ ଭିୟୁ ପାଇଁ ନିଜର ୟୁଟୁ୍ୟବ ଚ୍ୟାନେଲରେ ପ୍ରସାରଣ କଲେ  । ଜଗନ୍ନାଥ ଗିରଫ ପରେ ମୋବାଇଲ ଫୋନ ଜବତ ହୋଇଛି  । ୟୁଟୁ୍ୟବରେ ସବୁ ଭିଡିଓ ମଧ୍ୟ ଜବତ ହୋଇଛି  ।