ମଣ୍ଡଳସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା

 ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିର ଅଞ୍ଚଳଗୁମ୍ମା ମଣ୍ଡଳ ପକ୍ଷରୁ ଆଜି ଝରିଗୁମ୍ମା ଠାରୁ ଅଞ୍ଚଳଗୁମ୍ମା ପର୍ଯ୍ୟନ୍ତ ଏକ ବାଇକ ରାଲି ବାହାରିଥିଲା । ଏହି ରାଲିରେ ମଣ୍ଡଳ ସଭାପତି ଅଭିମନୁ୍ୟ ହରିଜନ ସୁଧୀର ବିଷୋୟୀ, ଏବଂ ମଣ୍ଡଳର ଆଠଟି ପଞ୍ଚାୟତର ଜନ ସାଧାରଣ ସାମିଲ ହୋଇ ଭାରତୀୟ ସେନାର ସ୍ୱର୍ଯ୍ୟ ଓ ପରାକ୍ରମକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭା ଯାତ୍ରା ମାଧ୍ୟମରେ ପରିକ୍ରମା କରିଥିଲେ । ଏହି ଅବସରରେ ପ୍ରତ୍ୟକ ଗ୍ରାମରେ ଏହି ସଭାଯାତ୍ରାକୁ ଗ୍ରାମବାସୀ ମାନେ ଉକôଣ୍ଠାର ସହ ସ୍ୱାଗତ ଜଣାଇଥିଲେ । ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ନିରୀହ ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦ୍ଗତି ଏବଂ ଦେଶର ସୁରକ୍ଷାରେ ନିୟୋଜିତ ବୀର ସୈନିକ ମାନଙ୍କୁ ଉସôାହିତ କରିବା ପାଇଁ ଏହି ସଭାଯାତ୍ରାର ମୂଳ ଉଦେ୍ଦଶ୍ୟ । ଏହି କାର୍ଯ୍ୟ କ୍ରମରେ ଭାରତୀୟ ଜନତା ପାର୍ଟିର ଅଭିମନୁ୍ୟ ହରିଜନ, ମଣ୍ଡଳ ସାଧାରଣ ସମ୍ପାଦକ ସୁଧୀର ବିଷୋୟୀ, ପ୍ରଫୁଲ୍ଲ ଛତ୍ରୀୟା, ହରେକୃଷ୍ଣ ଛତ୍ରୀୟା, ବିଜୁ ଛତ୍ରୀୟା, ଲିପୁନ ବିଷୋୟୀ, ଡମ୍ବରୁ ବିନ୍ଧାଣିଙ୍କ ସହ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।