ଦୁର୍ଘଟଣାରେ ବ୍ୟବସାୟୀଙ୍କ ମୃତୁ୍ୟ
ଧର୍ମଶାଳା : ସୋମବାର ସକାଳେ ୧୬ ନଂ ଜାତୀୟ ରାଜପଥର ଦୁର୍ଗାପୁର ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତୁ୍ୟ ଘଟିଛି । ମୃତ ବ୍ୟବସାୟୀ ଜଣକ ଯାଜପୁର ଟାଉନ ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ଉମାକାନ୍ତ ପାତ୍ର ବୋଲି ଜଣାପଡ଼ିଛି । ସେ ବାଇକ୍ ଯୋଗେ ଜାରକାରେ ଥିବା ଲୁଗା ଦୋକାନକୁ ଆସୁଥିଲେ; ହେଲେ ଦୁର୍ଗାପୁର ନିକଟରେ ଏକ ଟ୍ରକ୍ ସହିତ ତାଙ୍କର ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ଉମାକାନ୍ତ ଜାରକା ବଜାରରେ ତ୍ରିବେଣୀ ଡ୍ରେସ୍ ହାଉସ କରିଥିବା ବେଳେ ଗତ ମାସକ ତଳେ କଲେଜ ରୋଡରେ ଆଉ ଏକ ଜିଡିପି ଟେକ୍ସଷ୍ଟାଇଲ ନାମରେ ଆଉ ଏକ ଲୁଗା ଦୋକାନ କରିଥିଲେ । ଦୁର୍ଘଟଣା ଜନୀତ ମୃତୁ୍ୟରେ ଜାରକା ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।