ମହାବୀରଙ୍କ ବାର୍ଷିକୋତ୍ସବ

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧିନ ଗନ୍ଧର୍ବପୋଖରୀ ଗ୍ରାମରେ ମହାବୀରଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି  । ଏହି କଳସ ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ  । ଏହି ଶୋଭାଯାତ୍ରା ଗ୍ରାମଦେବତୀ ଜାଡି ଠାକୁରାଣୀଙ୍କ ଠାରୁ ଆରମ୍ଭ ହୋଇ ଗନ୍ଧର୍ବପୋଖରୀ ଓ ଆରୁହା ଗ୍ରାମ ପରିକ୍ରମା କରିବା ପରେ ଲକ୍ଷ୍ମୀନାରାୟଣ ପୋଖରୀରେ କଳସ ବୁଡା ଯାଇଥିଲା  । ଏହି ଉତ୍ସବରେ ଗଙ୍ଗାଧର ଦାସ କର୍ତ୍ତା ହୋଇଥିବା ବେଳେ ମନ୍ଦିରର ପୂଜକ କିଶୋର ପଣ୍ଡା, ଶ୍ୟାମସୁନ୍ଦର ମିଶ୍ର, ସିଦ୍ଧାନ୍ତ ମିଶ୍ର, ମଙ୍ଗରାଜ ମିଶ୍ର, ଶ୍ରୀଧର ମିଶ୍ର ପ୍ରମୁଖ ଦାୟିତ୍ୱ ନିର୍ବାହ କରିଛନ୍ତି  । ଏହି ଅବସରରେ ଶ୍ୟାମସୁନ୍ଦର ଦାସ, କୈଳାସ ଦାସ, ରବିନ୍ଦ୍ର ଦାସ, ପ୍ରହ୍ଲାଦ ବଳ, ଗୟାଧର ବଳ, ଉଦୟ ବଳ, ଶ୍ରୀକାନ୍ତ ଦାସ, ପ୍ରଶାନ୍ତ ମହାନ୍ତି, ରାକେଶ ଦାସ, ରାଜେନ୍ଦ୍ର ବଳ, ମୁକୁନ୍ଦ ଦାସ, ପ୍ରକାଶ ବଳ, ବାବୁଲି ଦାସ, ଦେବେନ୍ଦ୍ର ଦାସ, ସୌମେନ୍ଦ୍ର ଦାସ, ବସନ୍ତ ଦାସ, ବାସୁଦେବ ଦାସ, ଅରୁଣି ବଳ, ଅଶି୍ୱନୀ ଦାସ, ଅଜୟ ଦାସ, ଶରତ ଦାସ, ସାଇରାମ ବଳ, କୈଳାସ ବଳ, ଗଣେଷ ବଳ, ପାଗଳା ବଳ ଓ କୁନା ବଳ ପ୍ରମୁଖଙ୍କ ସମେତ ସମସ୍ତ ଗ୍ରାମବାସୀ ଉତ୍ସବ ପରି·ଳନାରେ ସାହାର୍ଯ୍ୟ କରିଥିଲେ ।