‘ମାଆଙ୍କ ନାମରେ ଗଛଟିଏ’ କାର୍ଯ୍ୟକ୍ରମ : ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ
କେନ୍ଦ୍ରାପଡ଼ା : ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାର ଇକୋକ୍ଳବ୍ , ଯୁବ ରେଡ୍କ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ‘ମାଆଙ୍କ ନାମରେ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମଥୁରି ଚରଣ ନାୟକ ଉଦ୍ଘାଟନ କରି ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନଙ୍କୁ ନେଇ ମହାବିଦ୍ୟାଳୟର ପରିସର , ରେଳ କଲୋନୀ, ପରିସର ଓ ରେଳ ଷ୍ଟେସନ୍ ପରିସରରେ ୧୫୦ ଟି ବୃକ୍ଷରୋପଣ କରିଥିଲେ । ଇଂରାଜୀ ବିଭାଗର ପ୍ରାଧ୍ୟାପକ ତପନ କୁମାର ଦାସ, ଇକୋ କ୍ଲବ୍ର ସଂଯୋଜକ ବନସ୍ମିତା ପରିଡା, ଯୁବରେଡ୍କ୍ରସ୍ ର ସଂଯୋଜକ ଡ଼ ସୁଜାତା ଭଟ୍ଟ ଏବଂ ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ଅଧ୍ୟାପିକା ବନ୍ୟା ବେହେରା (+୩) ଓ ଅଧ୍ୟାପିକା ପ୍ରଭାସିନୀ ଜେନା (+୨) ଏହାକୁ ପରିଚାଳନା କରିଥିଲେ । ଏଥିରେ ଅଧ୍ୟାପକ ରଞ୍ଜିତ୍ ଦାସ, ଟିକେଶ୍ୱର ସାହୁ ଓ ଗୌରାଙ୍ଗ ଚରଣ ବେହେରା ପ୍ରମୁଖ ସହଯୋଗ କରିଥିବା ବେଳେ ଚାରିଶହରୁ ଅଧିକ ଛାତ୍ରୀ ଯୋଗ ଦେଇଥିଲେ ।
କାକଟପୁର: ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ର ସମସ୍ତ ପଞ୍ଚାୟତରେ ମା’ ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ଅସ୍ତରଙ୍ଗ ବ୍ଲକ୍ ପ୍ରଶାସନ ପକ୍ଷରୁ ସମସ୍ତ ୧୫ ଗୋଟି ପଞ୍ଚାୟତରେ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ଯୋଗାଇ ଦିଆଯାଇଥିଲା । ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ଯୋଗଦେଇ ଅସ୍ତରଙ୍ଗ ଭଉଁରିଆ ବ୍ରିଜ୍ ପାଖ ନଦୀ କୂଳରେ ଲୁଣା ଜଙ୍ଗଲ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଦିବାକର ଛାଟୋଇ, ବ୍ଲକ୍ ଅଧକ୍ଷା ଆରତୀ ନାଏକ, ଉପାଧ୍ୟକ୍ଷ ଦୁର୍ଯେ୍ୟାୟ ମିଶ୍ର ଓ ସରପଞ୍ଚ ରାମଚନ୍ଦ୍ର କାଣ୍ଡିଙ୍କ ସମେତ ବହୁ କର୍ମୀ ଯୋଗଦେଇ ଚାରା ରୋପଣ କରିଥିଲେ ।
କାକଟପୁର ଥାନା: ଆଜି ସାରା ରାଜ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଥିବାବେଳେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିଦେ୍ର୍ଦଶ କ୍ରମେ କାକଟପୁର ଥାନା ପରିସରରେ ଆଇଆଇସି ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାକଟପୁର ଥାନା ପରିସରକୁ ସବୁଜ ବନାନୀରେ ଭରି ଦେବା ସହିତ ମୁକ୍ତ ବାୟୁ ସୃଷ୍ଟି କରିବାରେ ବୃକ୍ଷ ହିଁ ଏକ ମାତ୍ର ବୋଲି ଆଇଆଇସି ଶ୍ରୀ ସାହୁ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସଆଇ ଗୌରୀଶଙ୍କର ସେଠୀ, ପ୍ରିୟଦର୍ଶିନୀ ବରାଳ, ଏଏସଆଇ ଜୟନ୍ତୀ ସାହୁ, ପ୍ରମୋଦ କୁମାର ସେଠୀ, ପ୍ରମୋଦ କୁମାର ହାତୀ, କନେଷ୍ଟବଳ ବବ୍ରୁବାହାନ ମହାନ୍ତି, ସୁରଥ ମହାରଣା, ଅଜିତ କୁମାର ବେହେରା,ରଞ୍ଜିତ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।
ରାଜକନିକା: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ରାଜ୍ୟବ୍ୟପି "ମା କେ ନାମ ଏକ ପେଡ’ କାର୍ଯ୍ୟକ୍ରମ ହୋଇଥିବା ବେଳେ ଆଜି ଦିନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ରାଜକନିକା ବ୍ଲକରେ ପହଞ୍ଚି ବିଶ୍ୱ ପ୍ରସିଦ୍ଧ କବାଟ ନଥିବା ଗାଁ ଶିଆଳିଆ ଠାକୁରାଣୀ ମା ଖରା ଖାଇ ଙ୍କ ଆଶ୍ରିବାଦ ନେଇ ଥିଲେ । ଏହା ସହିତ ବରାଡିଆ ପଞ୍ଚାୟତରେ ଶିଶୁ ମନ୍ଦିର ପ୍ରାଙ୍ଗଣରେ" ମା କେ ନାମ ଏକ" ଗଛ ଲଗାଇଥିଲେ । ଏବଂ ମୋଦିଜୀଙ୍କ ଜନ୍ମ ଦିନ ଅବସରରେ ମଧୁପଡା ବିଦ୍ୟାଳୟରେ ଏସକେ ଚାରିଟେବୁଲ ଟ୍ରଷ୍ଟ ଓ ଓଡିଶା ଟିମ ହୁ୍ୟମାନୀଟି ପକ୍ଷରୁ ଆୟୋଜିତ ଏକ ମେଗା ରକ୍ତଦାନ ଶିବିରରେ ପହଂଚି ସମସ୍ତ ରକ୍ତଦାତଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଜେପି ଜିଲ୍ଲା ସଭାପତି ଶଶାଙ୍କ ସେଠି, ବିଜିପି ଜିଲ୍ଲା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ରାଜକନିକା ବିଜେପିର ବରିଷ୍ଠ ନେତୃବୁନ୍ଦ ଉପସ୍ଥିତ ଥିଲେ ।