ନିପୁଣ ଓଡିଶା ମିଶନ ଉନ୍ମୋଚନ


ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ନିପୁଣ ଓଡିଶା ମିଶନ ଉନ୍ମୋଚନ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧୃବ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦିପ ନାଗ ପ୍ରମୁଖ ଉପସ୍ଥିତ ରହି ନିପୁଣ ଓଡିଶାର ଲୋଗୋ, ସଂକ୍ଷିପ୍ତ ପୁସ୍ତିକା, ପୋଷ୍ଟର, ଲିପଲେଟ ଉନ୍ମୋଚନ କରିଥିଲେ । ଏଥି ସହିତ ନିପୁଣ ଓଡିଶା ମିଶନର ଆଭିମୁଖ୍ୟ ଓ ଉଦେ୍ଦଶ୍ୟ ସମ୍ପର୍କରେ ଉପସ୍ଥିତ ଥିବା ଅତିଥିମାନେ ଆଲୋକପାତ କରିଥିଲେ । ନିପୁଣ ଓଡିଶା ମିଶନ ୨୦୨୪ରେ ଶିକ୍ଷକମାନଙ୍କ ଭୂମିକା, ଗୋଷ୍ଠୀର ଭୂମିକା, ପଞ୍ଚାୟତ ପ୍ରତିନିଧିଙ୍କ ଭୂମିକା, ଶିକ୍ଷା ଅଧିକାରୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ଶିକ୍ଷକମାନେ ଶ୍ରେଣୀ ଗୃହରେ ପ୍ରତ୍ୟେକ ପିଲାର ଶିକ୍ଷଣକୁ ନିଶ୍ଚିନ୍ତ କରିବେ । ପ୍ରତି ପିଲାଙ୍କୁ ଆବଶ୍ୟକ ଅନୁଯାୟୀ ବ୍ୟକ୍ତିଗତ ଧ୍ୟାନ ଦେବେ । ନିରନ୍ତରମାନ ନିର୍ଦ୍ଧାରଣ ଉପରେ ଗୁରୁତ୍ୱ ଦେବେ । ପିଲାଙ୍କୁ ନିଜ ମାତୃଭାଷାରେ କହିବା ଓ ପଚାରିବା ପାଇଁ ସୁଯୋଗ ପ୍ରଦାନ କରିବେ । କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ବାଲିଆ  ଡଏଟର ପ୍ରିନ୍ସପାଲ, ଜିଲ୍ଲାର ୯ଟି ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ, ବିଆରସିସି, ସିଆରସିସିଙ୍କ ସମେତ ଏସସି, ଏସଟି ସଂଯୋଜକ କିରଣ ତୃଷ୍ଣା ସାହୁଙ୍କ ସମେତ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।