ସବୁଜିମାର ବାର୍ତ୍ତା ବାଣ୍ଟିଲେ ଉପ ମୁଖ୍ୟମନ୍ତ୍ରୀ

 କାକଟପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କାକଟପୁର ମଙ୍ଗଳା ମହାବିଦ୍ୟାଳୟ ପରିସରରେ ‘ଏକ ପେଡ ମା’କେ ନାମ ୨.୦’ ବୃକ୍ଷ ରୋପଣ କାଯ୍ୟକ୍ରମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ପୁରୀ ବନଖଣ୍ଡ ଅଧିକାରୀ ମଗର ଧନୁଜି ରାସୋ, ମୁଖ୍ୟ ବିକାଶ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପଞ୍ଚାୟତ ସମିତ ଅଧ୍ୟକ୍ଷ ଶ୍ରୀଧର ନାୟକ, ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ବିଜେପି ନେତା ବାଇଧର ମଲ୍ଲିକ, କାକଟପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ,କାକଟପୁର ତହସିଲଦାର ଅଙ୍କିତା ଅନିନ୍ଦିତା ପ୍ରମୁଖ ଯୋଗଦେଇ ବୃକ୍ଷ ହିଁ ଜୀବନ, ବ୍ୟାପକ ବୃକ୍ଷ ରୋପଣ ଦ୍ୱାରା ପରିବେଶ ସନ୍ତୁଳନ ଠିକ ରହିବା ସହିତ ଜୀବନ ଧାରଣ ପାଇଁ ମୌଳିକ ଆବଶ୍ୟକତା ସବୁଜିମା ରୁ ହିଁ ମିଳିପାରିବ ବୋଲି ବାର୍ତ୍ତା ଜନସାଧାରଣଙ୍କୁ ବାଣ୍ଟିଥିଲେ ।