ମାନବାଧିକାର ମିଶନର ସ୍ୱତନ୍ତ୍ର ବୈଠକ
ବଡ଼ସାହି : ମାନବାଧିକାର ମିଶନ ବଡ଼ସାହି ଶାଖାର ଏକ ସ୍ୱତନ୍ତ୍ର ବୈଠକ ସ୍ଥାନୀୟ ହାଟ ନିକଟସ୍ଥ ସାମାଜିକ ସେବା ସଦନ କଲ୍ୟାଣ ମଣ୍ଡପରେ ଅବସ୍ଥିତ ଶାଖାର ସ୍ଥାୟୀ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ରଣଜିତ କୁମାର ଦାସଙ୍କ ଆହ୍ୱାନକ୍ରମେ ଶାଖାର ସଭାପତି ସୁବୋଧ କୁମାର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ପୁରାତନ ସଭ୍ୟ/ସଭ୍ୟାଙ୍କର ନାମର ପୁନଃ ନବୀକରଣ ପ୍ରକ୍ରିୟା ସମ୍ପାଦନ ସହ ନୂତନ ସଭ୍ୟ ରୂପେ ରାଜେନ୍ଦ୍ର କୁମାର ଜେନା, ସନ୍ତୋଷ କୁମାର ବିଶ୍ୱାଳ, ଅଜିତ କୁମାର ମହାନ୍ତି, କୃପାସିନ୍ଧୁ ବେରା, ସରୋଜ କୁମାର ବେହେରା ଓ ଦୀପକ କୁମାର ବୁଗୁଡ଼େଇଙ୍କ ନାମ ପଞ୍ଜିକରଣ କରାଯାଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ବୈଠକରେ ବରିଷ୍ଠ ସଦସ୍ୟା ସୁବାସିନୀ ପତି, ସଦସ୍ୟ କେଶବ ଚନ୍ଦ୍ର ସାହୁ, ଅମିୟ କୁମାର ବଳା, ଭବେଶ ଚନ୍ଦ୍ର ସାହୁ, ସୁଧୀର କୁମାର ଜେନା, ମୃତୁ୍ୟଞ୍ଜୟ ଦ୍ୱିବେଦୀ, ଜୟନ୍ତ କୁମାର ବଳା, କେଶବ ଚନ୍ଦ୍ର ଦାସ, ତପନ କୁମାର ପାତ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରି ବିବିଧ ପ୍ରସ୍ତାବ ଆଗତ କରିଥିଲେ । ତଦନୁସାରେ ମାସର ପ୍ରତି ଶେଷ ରବିବାର ଶାଖାର ମାସିକ ବୈଠକ ନିୟମିତ ଭାବେ ଶାଖାର ସ୍ଥାୟୀ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହେବାର ସ୍ଥିର ହୋଇଥିଲା । ଶାଖାର ମୁଖପାତ୍ର ଶଚୀନ୍ଦ୍ର କୁମାର ବିଶ୍ୱାଳ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ଶେଷରେ ଶାଖାର ବ୍ଲକ୍ ମିଡିଆ ସମ୍ପାଦକ ଅମିୟ କୁମାର ବଳା ଧନ୍ୟବାଦ ଅର୍ପଣ କରିଥିଲେ ।