ଜମିଜମା ବିବାଦକୁ ନେଇ ମହିଳାଙ୍କୁ ଆକ୍ରମଣ
କାକଟପୁର : ଆଜି କାକଟପୁର ବ୍ଲକ ଛୋଟରାୟପୁର ଗ୍ରାମରେ ଦେଖିବାକୁ ମିଳିଛି ଜମିଜମା ବିବାଦ । ଏହି ବିବାଦକୁ ନେଇ ୨ ପକ୍ଷଙ୍କ ଭିତରେ ବଚସା ହୋଇଛି । ଗୋଟେ ପକ୍ଷର ଆକ୍ରମଣରେ ଅନ୍ୟ ପକ୍ଷର ଜଣେ ୫୩ ବର୍ଷୀୟା ମହିଳା ଆହତ ହୋଇ ପ୍ରଥମେ କାକଟପୁର ଓ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ୱର ହେବାରୁ ପରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ ଛୋଟରାୟପୁର ଗ୍ରାମର ଚରଣ ଓଝାଙ୍କ ପୁଅ ଦୁଃଖୀଶ୍ୟାମ ମହାରଣା କୋଧାଳରେ ଗୋବର ଖତ ନରେନ୍ଦ୍ର ମହାରଣାଙ୍କ ଜାଗାକୁ ପକାଉଥିଲେ । ଏହି ସମୟରେ ବାଡ଼ିରେ କାମ କରୁଥିବା ନରେନ୍ଦ୍ର ମହାରଣାଙ୍କ ସ୍ତ୍ରୀ ପ୍ରଭାତୀ ମହାରଣା ପ୍ରତିବାଦ କରିଥିଲେ ଯେ ଏଇଟା ଆମ ଜାଗା । ଏଠି ଗୋବର ପକାନ୍ତୁନାହିଁ ମାତ୍ର ଦୁଃଖୀଶ୍ୟାମ ମହାରଣା ଓଲଟା ବଚସା କରି ଧରିଥିବା କୋଦାଳରେ ପ୍ରଭାତୀଙ୍କ ବାମ ଗୋଡକୁ ବାଡେଇ ଦେଇଥିଲେ । ଏହାପରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । କିଛି ସମୟ ପରେ ଦୁଃଖୀଶ୍ୟାମଙ୍କ ସ୍ତ୍ରୀ କଟୁରୀ ଧରି ପ୍ରଭାତୀଙ୍କୁ ଆକ୍ରମଣ କରିଥିଲେ; ଯେଉଁଥିରେ ପ୍ରଭାତୀଙ୍କର ରକ୍ତସ୍ରାବ ହୋଇଥିଲା । ପରିଶେଷରେ ପ୍ରଭାତୀ ମହାରଣା କାକଟପୁର ଥାନାରେ ଏତଲା ଦେବା ପରେ କାକଟପୁରରେ ପ୍ରାଥମିକ ଚିକିସôା ହୋଇଥିଲେ ମାତ୍ର ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ୱର ହେବାରୁ ପ୍ରଭାତୀଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପୁଲିସର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।