ଡମ୍ପୟାର୍ଡରେ ଲାଗିଛି ନିଆଁ ପ୍ରଶାସନ ନୀରବ, ଲୋକେ ହନ୍ତସନ୍ତ
ଜୟପୁର: ଜୟପୁର ପୌରପାଳିକାକୁ ସରକାରଙ୍କ ଦ୍ୱାରା ମକାପୁଟ ଠାରେ ଯୋଗାଇ ଦିଆଯାଇଥିବା ଅଳିଆ ଜମା କରିବା ସ୍ଥାନ ଡମ୍ପୟାର୍ଡରେ ଲାଗିଯାଇଥିଲା ଭିଷଣ ନିଆଁ । ପୌରର ଅବହେଳା ଯୋଗୁଁ ଚାଳିତ ଗ୍ରୀଷ୍ମରେ ସହରରେ ଭୀଷଣ ଗରମ ଅନୁଭୂତ ହେବା ସହ ପ୍ରଦୂଷିତ ବାୟୁ ମଣ୍ଡଳରେ ସହରବାସୀ ଅସ୍ୱାସ୍ଥ୍ୟକର ପରିବେଶରେ ନାଚାର ରୂପେ ରହିବାକୁ ବାଧ୍ୟ ହେଇଛନ୍ତି । ପୌର ପକ୍ଷରୁ ଏକ ଅନାମଧେୟ ସଂସ୍ଥାକୁ ଏହି ମକାପୁଟ ଡମ୍ପିଂୟାର୍ଡରୁ ପଲିଥିନ ଏବଂ ଅନ୍ୟାନ୍ୟ ସାମଗ୍ରୀ ଅଳିଆଗୁଡ଼ିକୁ ବ୍ୟବହାର ଉପଯୋଗୀ କରିବାକୁ ଠିକା ଦେଇଥିଲେ ସୁଦ୍ଧା ପୌରର ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ସଠିକ ଭାବରେ ତଦାରୋଖର ଅଭାବ ଓ ରାଜ୍ୟ ପ୍ରଦୂଷଣ ବୋର୍ଡର ପୌରକୁ ତାଗିଦର ଅଭାବ ଯୋଗୁଁ ଆବର୍ଜନାଗୁଡ଼ିକ ସ୍ୱଳ୍ପ କାଳବୈଶାଖୀ ପବନରେ ଉଡ଼ି ବିଭିନ୍ନ ଜାଗାରେ ପହୁଥିବାର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ତେଣୁ ଏଥିପ୍ରତି ପୌର କର୍ତ୍ତୃପକ୍ଷ ସଜାଗ ହେବାକୁ ପ୍ରଶାସନ ପାଖରେ ଦାବି କରିଛନ୍ତି । ନିଆଁ ସହରସାରା ବ୍ୟାପିବା ସହ ସହରବାସୀଙ୍କୁ ପ୍ରଦୂଷିତ ବିଭିନ୍ନ ରୋଗ ବଢ଼ିବା ଆଶଂକାକୁ ଏଡ଼ାଇ ହେବ ନାହିଁ । ତେଣୁ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି ।