ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
ନୀଳଗିରି: ନୀଳଗିରି ଉପକଣ୍ଠ ରେମୁଣା ବ୍ଳକ ଅନ୍ତର୍ଗତ ଖରିଦ ମୁଖୁରା ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଚଳିତ ଅପ୍ରେଲ ୧୭ ତାରିଖରୁ ଆରମ୍ଭକରି ଚାରିଦିନ ବ୍ୟାପୀ ନବନିର୍ମିତ ପ୍ରଭୁ ଶ୍ରୀ ହନୁମାନଜୀଉଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ, ବିଗ୍ରହ ପ୍ରବେଶ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ଉତ୍ସବରେ ପୂର୍ଣ୍ଣାହୂତି ପ୍ରଦାନ ନିମନ୍ତେ ବହୁ ସାଧୁସନ୍ଥ ଓ ପ୍ରବଚକଙ୍କର ଆଗମନ ସହିତ ସେମାନଙ୍କର ଧାର୍ମିକ ଓ ମାର୍ଗିକ ପ୍ରବଚନର କାର୍ଯ୍ୟକ୍ରମ ରହିଛି । ତେବେ ଠାକୁରଙ୍କ ଗୃହ ପ୍ରବେଶ ନିମନ୍ତେ ହେବାକୁ ଥିବା ୫୦୮ କଳସ ଯାତ୍ରା ଓ ପଂକ୍ତି ଭୋଜନରେ ହଜାର ହଜାର ସଂଖ୍ୟାରେ ଭକ୍ତ ସାମିଲ ହେବାକୁ କମିଟିର ମୁଖ୍ୟଉଦ୍ୟକ୍ତା ଗଜେନ୍ଦ୍ର ନାୟକ, କାର୍ତ୍ତିକ ଚନ୍ଦ୍ର ବେହେରା,ପୂର୍ଣ୍ଣଚନ୍ଦ୍ର ମହାନ୍ତି, ନିରଞ୍ଜନ ବେହେରା ପ୍ରମୁଖ ନିବେଦନ କରିଛନ୍ତି ।