ମାଲିକାଣୀଙ୍କୁ ବଞ୍ଚାଇ ହଣା ଖାଇଲା ରୋଷେୟା


 ଭୁବନେଶ୍ୱର, ୧୨ା୪ : ମାଲିକାଣୀଙ୍କୁ ମଦ ପି ଆକ୍ରମଣକୁ ସହି ନପାରି ମାଲିକଙ୍କ କବଳରୁ ରକ୍ଷା କରିବା ବେଳେ ମାଲିକ ହାତରୁ ହଣା ଖାଇଲା ଦୋକାନ ରୋଷେୟା । ଏନେଇ ଥାନାରେ ଅଭିଯୋଗ ପରେ ଭରତପୁର ଥାନା ପୁଲିସ ୨୪୭ରେ ମାମଲା ରୁଜୁକରି ହୋଟେଲ ମାଲିକକୁ ଗିରଫ କରି ଦଫା ୩୪୧,୨୯୪, ୩୨୪, ୩୦୭ରେ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ, କେ-୪ ତାମଣ୍ଡୋ ଅଞ୍ଚଳର ସୁଶାନ୍ତ ପାଲଟାସିଂ ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଏସକେ ସଜତ ଆଇଜିକେସି ହସ୍ପିଟାଲ ନିକଟରେ ଥିବା ଅଭିଯୁକ୍ତଙ୍କ ହୋଟେଲରେ ରୋଷେୟା ଭାବେ ଗତ ୪ ମାସ ହେବ କାମ କରୁଥିଲେ । ହେଲେ ହୋଟେଲ ମାଲିକ ସବୁବେଳେ ମଦ ପି ତାଙ୍କ ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଦେଇଆସୁଥିଲେ । ସବୁଦିନ ଭଳି ଗତ କାଲି ମଧ୍ୟ ପୁଣି ମାଲିକାଣୀଙ୍କୁ ମାଲିକ ମାଡ ମାରିବା ସହ ଏକ କଟୁରୀରେ ଆକ୍ରମଣ ବେଳେ ରୋଷେୟା ଜଣଙ୍କ ତାଙ୍କୁ ଅଟକାଇଥିଲେ । ଏହି ସମୟରେ ମାଲିକ ସ୍ତ୍ରୀକୁ ଛାଡି କଟୁରୀରେ ରୋଷେୟାଙ୍କୁ ଆକ୍ରମଣ କରିଥିଲେ । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ମାଲିକକୁ ଆଜି ଗିରଫ କରିଛି ।