ମା’ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମୁରିବାହାଲ ଚାମ୍ପିଅନ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ଠାରେ ମା’ ବରାଖୁଲେନ କ୍ରିକେଟ କ୍ଲବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ବିଜେପି ସଭାପତି ତଥା ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ସମ୍ମାନିତଅତିଥି ରୂପେ ମୂରିବାହାଲ ବ୍ଲକ୍ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିକାଶ ମଞ୍ଚ ମୁରିବାହାଲ ସଭାପତି ଫାଲଗୁନି ହାତୀ, ସମ୍ପାଦକ ଅମରେଶ ମାଝୀ, କୋଷାଧ୍ୟକ୍ଷ ହରିଦାସ ତାଣ୍ଡି, ପିଙ୍କୁ ବାଗ, ମଦନ ଥାଟି ସାମ୍ବାଦିକ କେଦାର ବଡଜେନା ଯୋଗ ଦେଇ ଖଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।
ଫାଇନାଲ ମ୍ୟାଚ ଘଣ୍ଟବାହାଲ ଓ ମୁରିବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁରିବାହାଲ ଦଳ ୬ ୱିକେଟରେ ବିଜୟୀ ହୋଇଥିଲେ । ଘଣ୍ଟବାହାଲ ଦଳ ପ୍ରଥମେ ବ୍ୟାଟିଂ କରି ୭ ଓଭର ୩ବଲ୍ରେ ୪୦ ରନ୍ କରି ଅଲ୍ଆଉଟ ହେଇଥିଲା । ଜବାବରେ ମୁରିବାହାଲ ଦଳ ୫ଓଭର ୨ବଲ୍ରେ ୪୧ରନ କରି ବିଜୟୀ ହୋଇଥିଲା । ଅତିଥିମାନେ ବିଜୟୀ ଦଳକୁ ୭ ହଜାର ଓ ରନର୍ସଅପ୍ ଦଳକୁ ୫ ହଜାର ଟ୍ରଫିସହ ପ୍ରଦାନ କରିଥିଲେ । ସରୋଜ ଖମାରି, ପିଙ୍କୁ ଭୋଇ ଖେଳ ପରିଚାଳନା କରିଥିଲେ । କମିଟି ସଭାପତି ଧୂଲେଶ୍ୱର ମହାନନ୍ଦ ସମ୍ପାଦକ ହେମସାଗର ପ୍ରଧାନୀ, ଚଞ୍ଚଳ ବାଗ, ଶିବା ସାହୁ, ରାକେଶ ପୁଷ୍ଟି, ଶ୍ରଦ୍ଧାକର ବାଗ, ଦୁଲମଣି ଗହୀର, ସୁଶୀଲ ବାଗ, ମଣ୍ଟୁ ହାନୀଙ୍କ ସମେତ ଅନ୍ୟମାନେ ପ୍ରମୁଖ ସହଯୋଗ କରିଥିଲେ ।