ଗ୍ରୀଷ୍ମକାଳୀନ କ୍ରିକେଟ୍ ପ୍ରଶିକ୍ଷଣ ଉଦ୍ୟାପିତ
ଭଦ୍ରକ : ରେଳବାଇ କ୍ରୀଡାଙ୍ଗନରେ ଆୟୋଜିତ ଗ୍ରୀଷ୍ମକାଳୀନ କ୍ରିକେଟ୍ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ ହୋଇଛି । ଏଥିରେ ମୁଖ୍ୟଅତିଥି ରୂପେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ସମ୍ମାନିତଅତିଥି ରୂପେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଯୋଗଦେଇ ଜିଲ୍ଲାରେ କ୍ରିକେଟର ଉନ୍ନତି ପାଇଁ ଜିଲ୍ଲା କ୍ରିକେଟ୍ ଆସୋସିଏସନର ଉଦ୍ୟମକୁ ପ୍ରଶଂସା କରିଥିଲେ । ଶିବିରାର୍ଥୀମାନେ ଏହି ଶିବିର କାଳରେ ଆହରଣ କରିଥିବା ଅଭିଜ୍ଞତାକୁ ଆଧାର କରି ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରନ୍ତୁ ବୋଲି ଅତିଥିମାନେ ଆହ୍ୱାନ ଦେଇଥିଲେ ।
ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସଭାପତି ଆଇନଜୀବୀ ବିଜୟ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଆସୋସିଏସନର ସାଧାରଣ ସମ୍ପାଦକ ଧୀରେନ୍ ପଲାଇ ବିବରଣୀ ପ୍ରଦାନ କରିଥିଲେ । ରୋଟାରିୟାନ୍ ଅତିଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ହାପ୍ପି ହୋମ୍ ସ୍କୁଲ ନିଦେ୍ର୍ଦଶିକା ପ୍ରଜ୍ଞା ପରିମିତା ପଲାଇ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଜୁନ୍ ୨ରୁ ଆରମ୍ଭ ହୋଇଥିବା ଶିବିରରେ ୧୦୭ ଜଣ କ୍ରିକେଟର୍ ଯୋଗ ଦେଇଥିଲେ ଏବଂ ସେମାନଙ୍କୁ ‘୧୨ ବର୍ଷରୁକମ୍' ଓ ‘୧୫ ବର୍ଷରୁ କମ୍', ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିଲା ।