ମିଳିନି ସ୍କୁଲ ପୋଷାକ ; ଅଭିଭାବକ ମହଲରେ ଅସନ୍ତୋଷ
କାକଟପୁର: ଶିକ୍ଷା ବର୍ଷ ଶେଷ ହେବାକୁ ବସିଲାଣି । କିନ୍ତୁ ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମିଳିପାରିଲା ନାହିଁ ସ୍କୁଲ ପୋଷାକ । ମିଳିଥିବା ସୂଚନା ମୁତାବକ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତ୍ୟେକ ଶିକ୍ଷା ବର୍ଷରେ ଦୁଇ ହଳ ପୋଷାକ ସହ ଶନିବାର ଦିନ ପାଇଁ ସ୍ୱତନ୍ତ୍ର ପୋଷାକ (ହାଉସ ଡ୍ରେସ), ଜୋତା, ଆଇକାର୍ଡ, ଟୋପି, ଛାତ୍ରୀ ମାନଙ୍କ ପାଇଁ ସାଲୱାର ସହ ଚୁନରି ଆଦି ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ରାଜ୍ୟ ସରକାର ଜଣଙ୍କ ପାଇଁ ୧୦୦୦ ଟଙ୍କା ଅନୁଦାନ ବ୍ୟୟ ବରାଦ କରିଛନ୍ତି । କାହା ନିଦେ୍ର୍ଦଶରେ କେଉଁ ନିୟମ ଆଧାରରେ ପୋଷାକ ମିଳୁନାହିଁ ବୋଲି ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ଉକ୍ତ ପୋଷାକ ମହିଳା ଏସଏଚଜି, କ୍ଷୁଦ୍ର ଉଦ୍ୟୋଗୀଙ୍କ ଠାରୁ ପ୍ରଧାନଶିକ୍ଷକ, ଅଭିଭାବକ ସଭାପତିଙ୍କ ଦ୍ୱାରା ମିଳିତ ଭାବେ ସ୍ୱତନ୍ତ୍ର ଟିମ୍ କରାଯାଇ ସଠିକ୍ ମାନ ନିର୍ଦ୍ଧାରଣ କରୁଥିବା ସଂସ୍ଥା ଠାରୁ ପୋଷାକ କିଣିବା କଥା । କିନ୍ତୁ ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ନମିଳିବା ନେଇ ଦ୍ୱାୟିତ୍ୱରେ ଥିବା ଅସ୍ତରଙ୍ଗ ବ୍ଲକ ଶିକ୍ଷା ଅଧିକାରୀ ବିଭାଗୀୟ ଅଧିକାରୀଙ୍କୁ ଚିଠି ପତ୍ର ୧୦୪୭ ତା ୦୫.୦୮.୨୦୨୫ରିଖ ଦିନ ଅବଗତ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନେଇ ଅସ୍ତରଙ୍ଗ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏ ସମ୍ପର୍କରେ ପୂର୍ବତନ ଶିକ୍ଷା ମଣ୍ଡଳ ଅଧିକାରୀ କହିଛନ୍ତି ଯେ, ସରକାର ଅଧିକାରୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିଛି । ନିଜେ ଅନ୍ୟକୁ ଦୋଷ ନଦେଇ ଶିକ୍ଷା ବର୍ଷ ସରିବା ପୂର୍ବରୁ କିଭଳି ଭାବେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ କରାଯିବ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।
 
 Rasmita Behera
                                    Rasmita Behera                                 
    
 
    
 
 
 
