ବିମଳାଙ୍କ ଷୋଳପୂଜା ପାଇଁ ବୈଠକ
।ା ପ୍ରଭାନୁ୍ୟଜ ।ା ପୁରୀ: ଅକ୍ଟୋବର ୨୪ ତାରିଖରୁ ଶ୍ରୀ ମନ୍ଦିରରେ ମା’ ବିମଳାଙ୍କର ଷୋଳପୂଜା ଆରମ୍ଭ ହେବ । ଅକ୍ଟୋବର ୯, ୧୦, ୧୧ ତାରିଖରେ ଯଥାକ୍ରମେ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ପୂଜା କରାଯିବ । ଏହି ପୂଜା ଓ ଷୋଡ଼ଶ ଦିନାତ୍ମକ ପୂଜା ସମୟରେ ଦେବୀଙ୍କ ନୀତିକାନ୍ତି ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିମଳାଙ୍କ ସେବକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଷୋଳପୂଜା ଓ ତ୍ରିଦିନାତ୍ମକ ପୂଜା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି ପୂଜା କିପରି ପାରମ୍ପରିକ ବିଧି ବିଧାନ ଅନୁଯାୟୀ ଶୃଙ୍ଖଳିତ ଭାବେ ସଂପନ୍ନ ହେବ ତାର ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ବିମଳାଙ୍କ ସେବାୟତମାନଙ୍କ ସ୍ୱାସ୍ଥ୍ୟବୀମା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଏଥିପ୍ରତି ଶ୍ରମନ୍ଦିର ପ୍ରଶାସନ ଦୃଷ୍ଟି ଦେବ ବୋଲି ସେବାୟତମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ।