ଜିଲ୍ଲାସ୍ତରୀୟ ଆଇଆର୍ଏଡ଼ି ଓ ଇଡ଼ିଏଆର୍ କର୍ମଶାଳା ଉଦ୍ଘାଟିତ

 ପୁରୀ : ପୁରୀ ରିଜର୍ଭ ପୁଲିସ ସମ୍ମିଳନୀ କକ୍ଷରେ ସୋମବାର ପୁରୀ ଜିଲ୍ଲାର ସମସ୍ତ ଥାନା ଅଧୀକାରୀମାନଙ୍କ ନିମନ୍ତେ ଡ଼ିଏସ୍ପି ଟ୍ରାଫିକ ଚନ୍ଦନ ଘଡ଼େଇଙ୍କ ଅଧ୍ୟକ୍ଷତାରେ ଜିଲ୍ଳାସ୍ତରୀୟ ଆଇ-ଆର୍ଏଡ଼ି ଓ ଇଡ଼ିଏଆର୍ କର୍ମଶାଳା ଉଦ୍ଘାଟିତ ହୋଇଛି । ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ଘଡ଼େଇ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଦୀର୍ଘ ୩ ବର୍ଷ ଧରି ପୁରୀ ଜିଲ୍ଳାର ସମସ୍ତ ଥାନାମାନଙ୍କରେ ଆଇଆର୍ଏଡ଼ି ସଫଳତାର ସହ କାର୍ଯ୍ୟକ୍ଷମ ହୋଇପାରିଥିବାରୁ ଜିଲ୍ଲାର ସମସ୍ତ ଥାନାଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପଯୁକ୍ତ ବୈଷୟିକ ସହାୟତା ପ୍ରଦାନ କରିଥିବା ହେତୁ ଏନ୍ଆଇସି ପୁରୀ ଜିଲ୍ଳା କେନ୍ଦ୍ରକୁ ଧନ୍ୟବାଦ ଜଣାଇଥିଲେ  । ବର୍ତ୍ତମାନ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଇ-ଡ଼ିଏଆର୍ (ଡ଼ିଟେଲ୍ଡ ଆକ୍ସିଡେଣ୍ଟ ରିପୋର୍ଟ) ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବା ସହ ଏହାର ସୁଫଳ ରୂପାୟନ ନିମନ୍ତେ ଥାନାଧିକାରୀମାନଙ୍କର ସହାୟତା କାମନା କରିଥିଲେ । ମୁଖ୍ୟଅତିଥି ଭାବରେ ଜିଲ୍ଳା ସୂଚନା ବିଜ୍ଞାନ ଅଧିକାରୀ ବିଶ୍ୱନାଥ ପଣ୍ଡା ଯୋଗଦାନ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ଇଡ଼ିଏଆର୍ ପୂର୍ବରୁ କାର୍ଯ୍ୟକ୍ଷମ ଥିବା ଆଇଆରଏଡ଼ି ଏକ ସମ୍ପ୍ରସାରିତ ଭତ୍ସନ ଓ ଏହି ଜାତୀୟସ୍ତରର ସପ୍ଟୱେୟାରକୁ ଆମ ଜିଲ୍ଳାରେ ସଫଳତାର ସହ କାର୍ଯ୍ୟକ୍ଷମ କରିବା ପାଇଁ ଥାନାଧିକାରୀମାନଙ୍କୁ ଉତ୍ସାହିତ କରିବା ସହିତ ଏହାର ବୈଷୟିକ ଦିଗଗୁଡ଼ିକ ପଦ୍ଧତି ବିଶେଷ ଭାବରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଳା ଅତିରିକ୍ତ ସୂଚନା ବିଜ୍ଞାନ ଅଧିକାରୀ ଦୁର୍ଗାପ୍ରସାଦ ଜେନା ଯୋଗଦାନ କରିବା ସହିତ ପ୍ରଶିକ୍ଷାର୍ଥୀମାନଙ୍କୁ ବିସ୍ତ୍ୃତ ତାଲିମ ପ୍ରଦାନ କରିଥିଲେ । ସଂଯୋଜଗ ଶଶାଙ୍କ ଶେଖର ପଟ୍ଟନାୟକ ତାଙ୍କୁ ସହଯୋଗ ପ୍ରଦାନ କରିଥିଲେ  । ୬ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଳାରେ ଅବସ୍ଥାପିତ ଥିବା ସମସ୍ତ ଥାନାଧିକାରୀମାନଙ୍କୁ ପର୍ଯ୍ୟାୟ କ୍ରମେ ତାଲିମ ପ୍ରଦାନ କରାଯିବ ବୋଲି ଜିଲ୍ଳା ପୁଲିସ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି  ।