ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ : ମୃତକଙ୍କ ପରିବାରକୁ ସହାୟତା ଘୋଷଣା
ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ : ମୃତକଙ୍କ ପରିବାରକୁ ସହାୟତା ଘୋଷଣା
ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ମୃତକଙ୍କ ପରିବାରକୁ ସହାୟତା ଘୋଷଣା
ଭୁବନେଶ୍ୱର : ଆଜି ସକାଳେ କେନ୍ଦୁଝର ଜିଲ୍ଲା ଯୋଡା ଡିଏଭି ସ୍କୁଲ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଦୁଇ ଜଣ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟଯେ, ଯୋଡା ଆଜାଦ୍ ବସ୍ତିର କ୍ରିଷ୍ଣା ଭୁଷାଲ, ଷ୍ଟାଣ୍ଡାର୍ଡ ୧ ରେ ପଢୁଥିବା ତାଙ୍କ ପୁଅ ନିକିତ ଭୁଷାଲ ଓ ତାଙ୍କ ପୁଅର ସହପାଠୀ ଗଣେଶ ଶର୍ମାଙ୍କୁ ମଟର ସାଇକେଲରେ ସ୍କୁଲ ଛାଡିବାକୁ ଯିବା ସମୟରେ ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପାଇଁ ତୁରନ୍ତ ୩୦ ହଜାର ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି ।
ଏଥି ସହିତ ହିଟ୍ ଆଣ୍ଡ ରନ୍ କେସ୍ ସୋଲାସିୟମ ସ୍କିମରେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି । ମୃତ କ୍ରିଷ୍ଣା ଭୁଷାଲଙ୍କ ଅନ୍ୟତମ ପୁଅ ନିସାଲ ଭୁଷାଲଙ୍କୁ ଟାଟା ଡିଏଭି ସ୍କୁଲରେ ମାଗଣା ପାଠ ପଢାଇବାର ବ୍ୟବସ୍ଥା କରାଯାଇଛି । ଏଥିସହିତ ମୃତ ଗଣେଶ ଶର୍ମାଙ୍କ ଭାଇ ଆଦିତ୍ୟ ଶର୍ମାଙ୍କୁ ଟାଟା ଡିଏଭିରେ ମଧ୍ୟ ମାଗଣା ପାଠ ପଢାଇବାର ବ୍ୟବସ୍ଥା କରାଯାଇଛି ।