KIIT ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ରିମାଣ୍ଡରେ ଆସିବେ ଆଦବିକ୍ ଶ୍ରୀବାସ୍ତବ

KIIT ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ରିମାଣ୍ଡରେ ଆସିବେ ଆଦବିକ୍ ଶ୍ରୀବାସ୍ତବ

ଭୁବନେଶ୍ୱର:  KIIT ବିଶ୍ୱ ବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଆଦବିକ୍‌ ଶ୍ରୀବାସ୍ତବ ରିମାଣ୍ଡରେ ଆସିବେ । ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ପୁଲିସ ପକ୍ଷରୁ ଆବେଦନ କରାଯିବ  । ରିମାଣ୍ଡରେ ଆଣିବା ପାଇଁ ଆଜି କୋର୍ଟରେ ପୁଲିସ ପକ୍ଷରୁ ଆବେଦନ କରାଯିବ । ଅଧିକ ପଚରା ଉଚରା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବା ପାଇଁ  କୋର୍ଟଙ୍କ ନିକଟରେ ବୁଧବାର ଆବେଦନ କରିବ ଇନଫୋସିଟି ଥାନା ପୁଲିସ  । ସେପଟେ ମୃତ ଛାତ୍ରୀଙ୍କ ନିକଟରୁ ଜବତ୍‌ ହୋଇଥିବା ମୋବାଇଲ ଓ ଲ୍ୟାପଟପ୍‌ରୁ ତଥ୍ୟ ପାଇଁ ରାଜ୍ୟ ଫରେନସିକ୍‌ ଲ୍ୟବକୁ ପଠାଯାଇଛି । 
ଅନ୍ୟପଟେ କିଟ୍‌ ଅନ୍ତର୍ଜାତୀୟ ସମ୍ପର୍କ ଅଧିକାରୀ (ଆଇଆରଓ) , ନେପାଳୀ ଛାତ୍ରୀଙ୍କୁ ଧମକ ଦେଇଥିବା ୨ ହଷ୍ଟେଲ୍‌ ୱାର୍ଡେନଙ୍କୁ ଜେରା କରିବା ପାଇଁ ନୋଟିସ୍‌ ଜାରି କରାଯାଇଛି ।