ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବାଳକାଟି ଠାରେ ଥିବା ଶ୍ରୀକନଭେନେସନ୍ ମଣ୍ଡପରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶିକ୍ଷା ଜଗତରେ ବିଦ୍ୟାର୍ଥୀ, ଆଦର୍ଶ ଶିକ୍ଷକ ଓ ଆଦର୍ଶ ଶିକ୍ଷା ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧନା ଉସôବ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଲକ୍ଷ୍ୟ ବିଦ୍ୟାର୍ଥୀମାନେ ଯେଉଁ ଭଳି ନିଜର ଏକାଗ୍ରତା ନିଷ୍ଠାପର ଅଧ୍ୟୟନରେ ଅନ୍ୟବିଦ୍ୟାର୍ଥି ମାନଙ୍କୁ ପଛରେ ପକାଇ ସଫଳତା ଲାଭ କରିଛନ୍ତି ତାଙ୍କର ପରିଶ୍ରମକୁ ସମ୍ମାନ ଜଣାଇବା ସହ ଉସôାହିତ କରିବା ପାଇଁ ଚଳିତ ବର୍ଷ ଉଭୟ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଇ୧ ରଖିଥିବା ୧୨ ଜଣ ଛାତ୍ର ଛାତ୍ରୀ, ୭ଜଣ ଆଦର୍ଶ ଶିକ୍ଷକ ଓ ୩ଟି ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉସôବରେ ଗୀତାଞ୍ଜଳୀ ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ନାରାୟଣ ବେହେରା, ଅରୁଣ ପତି ପରିବେଶବିତ୍ ଲକ୍ଷ୍ମୀଧର ପ୍ରଧାନ, ନିର୍ମାଣ ଏଜୁକେସନ ଟ୍ରଷ୍ଟ ଅଧ୍ୟକ୍ଷ ସିଦେ୍ଧଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିଦ୍ୟାର୍ଥିଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଶୁଭୋଜିତ୍ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରକୃତୀ ବନ୍ଧୁ ଦୀନବନ୍ଧୁ ଧନ୍ୟବାଦ୍ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀପକ କୁମାର ସ୍ୱାଇଁ, ଗୋପାଳ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।